Posted inଜାତୀୟ

ଦିଲ୍ଲୀରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ଗୃହରେ ବହୁମତ ସାବ୍ୟସ୍ତ କରିବେ ଆତିଶୀ

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀରେ ନୂଆ ସରକାର ଆସିଛି। ତେଣୁ ଆଜିଠାରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ ଉଭୟ ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ଏହା ଆତିଶିଙ୍କ ପ୍ରଥମ କାର୍ଯ୍ୟକାଳ ହେବ। ଅନ୍ୟପଟେ ୨୦୧୩ ପରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ଅରବିନ୍ଦ କେଜରିୱାଲଙ୍କ ପ୍ରଥମ କାର୍ଯ୍ୟକାଳ ହେବ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାର ୪ ଦିନ ପରେ ଏହି ଅଧିବେଶନ ଅନୁଷ୍ଠିତ ହେଉଛି। ଯେଉଁଥିରେ ଆତିଶୀ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ତେବେ ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଦିଲ୍ଲୀର ଶାସକ ଦଳ AAP ପାଖରେ ୬୦ ଜଣ ବିଧାୟକ ଅଛନ୍ତି। ଭାଜପାର ୭ଜଣ ସଦସ୍ୟ ଥିବାବେଳେ ବାକି ୩ଟି ଆସନ ଖାଲି ଅଛି। ତେବେ ଆଜିର ବିଧାନସଭାରେ ବିରୋଧୀ ନୂଆ ସରକାରଙ୍କୁ ଘେରିବାକୁ ଅଣ୍ଟା କଷିଲେଣି।

ବିଶେଷ କଥା ହେଉଛି କେଜରିଓ୍ବାଲଙ୍କ ସମାନ ଆସନରେ ବସିବେ ନା ଏକ ଭିନ୍ନ ସିଟ୍ ସ୍ଥିର ହୋଇଛି ନା ଚେୟାର ଖାଲି ରହିବ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ବାଚସ୍ପତିଙ୍କ ଆସନ ସମ୍ମୁଖରେ ଥିବାବେଳେ ବିରୋଧୀ ଦଳର ନେତାଙ୍କ୍ ଚେୟାରରେ ୯୦ ଡିଗ୍ରୀ ରହିଥାଏ ।

ଏହାପୂର୍ବରୁ ସୋମବାର ଦିନ ସିଏମ୍‌ର ଦାୟିତ୍ୱ ହେବା ପରେ ଆତିଶୀ କହିଛନ୍ତି, ‘ଯେପରି ଭରତ କଠଉ ଧରି ସିଂହାସନ ଗ୍ରହଣ କରିଥିଲେ । ସେହିଭଳି ମୁଁ ମଧ୍ୟ ସିଏମ୍‌ର ଚେୟାର ଗ୍ରହଣ କରିବି ବୋଲି କହିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ପାଖରେ ଏକ ଖାଲି ଚେୟାର ମଧ୍ୟ ଦେଖାଯାଇଥିଲା ଯେ ସେ କହିଛନ୍ତି ଯେ କେଜରିଓ୍ବାଲ ଫେରିବା ପର୍ଯ୍ୟନ୍ତ ଏହି ଚେୟାର ଏହି କୋଠରୀରେ ରହିବ । ଏହି ଚେୟାର କେଜରିଓ୍ବାଲଙ୍କୁ ଅପେକ୍ଷା କରି ରହିବ । ସେହିଭଳି ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟନ୍ଦ୍ର ଗୁପ୍ତା କହିଛନ୍ତି ଯେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଦିଲ୍ଲୀ ବିଧାନସଭା ଅଧିବେଶନରେ ସମସ୍ତ ଭାଜପା ବିଧାୟକ ଦିଲ୍ଲୀର ୨ କୋଟି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ

ଇଟାନଗର,୨୬।୯: ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି...

ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬ା୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ମହିଳା ଯେଉଁ ଧର୍ମର ହୁଅନ୍ତୁନା କାହିଁକି ସମସ୍ତଙ୍କ ପାଇଁ ଲାଗୁ ହେବ ଏହି ଆଇନ

ନୂଆଦିଲ୍ଲୀ,୨୬।୯: ଘରୋଇ ହିଂସା ଆଇନ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଘରୋଇ ହିଂସା ଆଇନ ୨୦୦୫ ପ୍ରତ୍ୟେକ ମହିଳାଙ୍କ...

୩ ‘ପରମ ରୁଦ୍ର ସୁପର କମ୍ପ୍ୟୁଟର’ର ଉଦଘାଟନ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନୋଟି ସୁପର କମ୍ପ୍ୟୁଟରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି କମ୍ପ୍ୟୁଟର ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ...

ଭାଜପାକୁ ଲାଗିଲା ବଡ ଝଟ୍‌କା, ୨୦ ବର୍ଷ ଦଳରେ ଥାଇ ଏବେ…

ରାଞ୍ଚି,୨୬।୯: ଚେନପୁର ରାଜ ପରିବାରର ସଦସ୍ୟ ତଥା ଭାଜପାର ପୂର୍ବତନ ରାଜ୍ୟ ମନ୍ତ୍ରୀ ବିବେକ ଭବାନୀ ସିଂ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ରାଜ୍ୟ...

ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା!

ନୂଆଦିଲ୍ଲୀ,୨୬।୯: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଗୁଜରାଟ ସରକାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ...

ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୯: ଶ୍ରମିକ ବିଶେଷକରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ କେନ୍ଦ୍ର...

କୃଷକଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କଲେ ସରକାର

ରାଞ୍ଚି,୨୬।୯: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଠିକ ପୂର୍ବରୁ ରାଜ୍ୟର ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ସରକାର କୃଷକଙ୍କ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri