Advertisement

ଲଘୁ ଖଣିଜ ଲୁଟକୁ ନିୟନ୍ତ୍ରଣ କରିବ ସ୍ବତନ୍ତ୍ର ସ୍କ୍ବାଡ୍‌

ବରୀ,୭ା୧୨(ମହେନ୍ଦ୍ର ସ୍ବାଇଁ): ବରୀ ଶିକ୍ଷା ମଣ୍ଡଳ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନରେ ବିଳମ୍ବ ହେଉଛି। ଫଳରେ ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଶିକ୍ଷା ମଣ୍ଡଳ ଅଧୀନରେ ମୋଟ ୧୮୨ ବିଦ୍ୟାଳୟର ଛାତ୍ରୀଛାତ୍ର ପୋଷାକ ପାଇବାର ହକଦାର ଥିଲେ ମଧ୍ୟ ଶୁକ୍ରବାର ସୁଦ୍ଧା ୭୦ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ କରାଯାଇଛି ବୋଲି ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଜଳଧର ଖଟୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଛାତ୍ରୀଛାତ୍ରଙ୍କ ପୋଷାକ କିଣା ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି। ମାତ୍ର ସେମାନେ ସରକାରଙ୍କ ଧାର୍ଯ୍ୟ ଦର୍‌ଠାରୁ କମ ମୂଲ୍ୟରେ ପୋଷାକ କିଣି ଛାତ୍ରୀଛାତ୍ରଙ୍କୁ ଦେଉଥିବାରୁ ବହୁ ଅଭିଭାବକ ଏହାକୁ ବିରୋଧ କରୁଛନ୍ତି। ଉଦାହରଣ ସ୍ବରୂପ ଈଶାଣେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୦୭ ଛାତ୍ର ଓ ୯୦ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଉକ୍ତ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ପୋଷାକ ବଣ୍ଟନ କରିବାକୁ ଯିବାବେଳେ ବହୁ ଅଭିଭାବକ ଓ ଗ୍ରାମବାସୀ ସେମାନଙ୍କୁ ଫେରାଇ ଦେଇଛନ୍ତି। ଏପରି କି ପୋଷାକ ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି କେତେଜଣ ଅଭିଭାବକ ଅଭିଯୋଗ କରିବା ସହ ଏହାର ତଦନ୍ତ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share