Categories: ଜାତୀୟ

ରାମମନ୍ଦିରରେ ସ୍ଥାପିତ ହେବ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ,୧୫।୧: ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ନିଶ୍ଚିତ କରିଛନ୍ତି। ଏହି ମୂର୍ତ୍ତିର ଓଜନ ୧୫୦ ରୁ ୨୦୦ କିଲୋଗ୍ରାମ ବୋଲି ସେ କହିଛନ୍ତି।
ଚମ୍ପତ ରାୟ କହିଛନ୍ତି, ଅରୁଣ ଯୋଗୀରାଜ କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଏବଂ ଇଣ୍ଡିଆ ଗେଟ୍‌ରେ ସୁଭାଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଅଯୋଧ୍ୟାରେ ମୂର୍ତ୍ତି ତିଆରି କରୁଥିବାବେଳେ ତାଙ୍କୁ ପନ୍ଦର ଦିନ ପର୍ଯ୍ୟନ୍ତ ମୋବାଇଲ ଫୋନ ଠାରୁ ମଧ୍ୟ ଦୂରରେ ରଖାଯାଇଥିଲା। ତାଙ୍କର ପ୍ରତିମା ଚୟନ କରାଯାଇଛି।
ସେ କହିଛନ୍ତି, ମନ୍ଦିରରେ ସ୍ଥାପନ ହେବାକୁ ଥିବା ଏହି ପ୍ରତିମା ପ୍ରଭୁ ରାମଙ୍କ ୫ ବର୍ଷର ଅଟେ। ତିନିଜଣ ଶିଳ୍ପୀ ରାମ ମନ୍ଦିର ପାଇଁ ରାମଲାଙ୍କ ମୂର୍ତ୍ତି ତିଆରି କରିଥିଲେ। ଏଥିମଧ୍ୟରୁ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମାକୁ ଚୟନ କରାଯାଇଛି। ପୁରାତନ ପ୍ରତିମା ମନ୍ଦିର ପରିସରରେ ରହିବ।

Share