ରାୟଗଡ଼ାରୁ ଚୋରି ବୋଲେରୋ ବାଲିଗୁଡ଼ାରେ ଠାବ: ଜଣେ ଅଟକ, ଦୁଇ ଚମ୍ପଟ

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାୟଗଡ଼ା ଜିଲା ତେଲେଙ୍ଗାପଦରରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ ରାସ୍ତାରୁ ଠାବ ହୋଇଛି। ମଙ୍ଗଳବାର ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁର ଲକ୍ଷ୍ମୀନାରାୟଣ ପାତ୍ରଙ୍କ ବୋଲେରୋକୁ ତିନିଜଣ ଦୁର୍ବୃତ୍ତ ଚୋରି କରି ନେଇଥିଲେ। ବାଲିଗୁଡ଼ା ଥାନା ପୋଲିସ ବାଲିଗୁଡ଼ା ବାଇପାସ ରାସ୍ତାରୁ ବୋଲେରୋ ଠାବ କରିବା ସହ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଖୋଜୁଛି।

ସୂଚନାନୁଯାୟୀ, ବୁଧବାର ଭୋର୍‌ ସମୟରେ ବୋଲେରୋ ଚୋରି ହୋଇଥିବା ନେଇ ଗାଡ଼ି ରଖିଥିବା ସ୍ଥାନର ସିସିଟିଭି ଫୁଟେଜ ଓ ଜିପିଏସ୍‌ ଟ୍ରାକ୍‌ କରିବା ପରେ ଲକ୍ଷ୍ମୀନାରାୟଣ ବାଲିଗୁଡ଼ାସ୍ଥିତ ତାଙ୍କ ମାମୁ ସୂର୍ଯ୍ୟ ପାତ୍ରଙ୍କୁ ଜଣାଇଥିଲେ। ସୂର୍ଯ୍ୟ ବାଲିଗୁଡ଼ା ପୋଲିସକୁ ଜଣାଇଥିଲେ। ପୋଲିସ ଖୋଜିବା ଦେଖି ଦୁର୍ବୃତ୍ତମାନେ ସେଠାରୁ ଗାଡ଼ି ବୁଲାଇ ସ୍ଥାନୀୟ କଲେଜ ନିକଟସ୍ଥ ପଣସପଡ଼ି ବାଇପାସ ରାସ୍ତା ଦେଇ ଯିବା ବେଳେ ଏକ ଖାଲରେ ଫସିଯିବାରୁ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ହେଲେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ ତାଙ୍କ ଟିମ୍‌ ଓ ସ୍ଥାନୀୟ ଲୋକେ ପିଛା କରି ଜଣକୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ସେପଟେ ବାଲିଗୁଡ଼ା ପୋଲିସ ତଦନ୍ତ ଅବ୍ୟାହତ ରଖି ଅନ୍ୟ ଦୁଇଜଣ ଦୁର୍ବୃତ୍ତଙ୍କୁ ନିକଟସ୍ଥ ଜଙ୍ଗଲରେ ଖୋଜୁଥିବା ବେଳେ ଅଧିକ ତଥ୍ୟ ହାସଲ ପାଇଁ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲବାଦି ସଙ୍ଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ : ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ

ବଲାଙ୍ଗୀର,୧୬।୩: କୋସଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସୋମବାର ସ୍ଥାନୀୟ ଯାଦବ ଭବନ ଠାରେ ଖବରଦାତା ସମ୍ମିଳନୀ କରି ସ୍ବତନ୍ତ୍ର କୋସଲ...

ଶ୍ରୀମନ୍ଦିରରେ ସେବାୟତ ଜାଳିଲେ ମହମବତୀ: ଭିଡିଓ ଭାଇରାଲ ପରେ ତେଜିଲା ଅସନ୍ତୋଷ

ପୁରୀ,୧୬।୩: ପବିତ୍ର ଫାଲୁଗନ ମାସ ଦୋଳ ପୂର୍ଣ୍ଣିମା ଅବସରରେ ପୁରୀରେ ଚାଲିଛି ଦୋଳ ମହୋତ୍ସବ। ସାହି ସାହି ବୁଲିଛନ୍ତି ରାଧାଗୋବିନ୍ଦ। ଏହି ପରିପ୍ରେକ୍ଷୀରେ ପୁରୀରେ ଜମୁଛି...

ସବୁଠୁ ଉତ୍ତପ୍ତ ସହର ବୌଦ୍ଧ

ବୌଦ୍ଧ,୧୬।୩(ଅଜିତ କୁମାର ବାରିକ ): ବୌଦ୍ଧ ଜିଲାରେ ତାପମାତ୍ର ଶନିବର ଦିନ ୪୨ ଡିଗ୍ରୀ ଉପରେଥିଲା। ଏ ନେଇ ରାଜ୍ୟରେସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।...

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକଙ୍କ ସ୍ମୃତିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ଭଗବାନ ମହାରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଇଁତୋଳା ଯୁବଗୋଷ୍ଠୀଙ୍କ ଦ୍ୱାରା ବଡ ବନ୍ଧ ପୋଖରୀ ପାରିପାର୍ଶ୍ୱ ସଫେଇ କରାଯାଇଥିଲା।...

OSRTC ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ

ଜଗନ୍ନାଥ ପ୍ରସାଦ,୧୬।୩: ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ପଞ୍ଚଭୂତି ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। OSRTC ବସ୍‌ ଏବଂ ସ୍କୁଟି...

ସୁନ୍ଦର ଓ ସବୁଜ ଦାରିଙ୍ଗବାଡି ପାଇଁ  ପ୍ରୟାସ 

ଦାରିଙ୍ଗବାଡି,୧୬ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏକ ଫୋରମ ଗଠନ କରାଯାଇ...

କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୩ (ବାବୁଲା ପ୍ରଧାନ): ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ଗଞ୍ଜାମ ଜିଲା ବେଲଗୁଣ୍ଠା ହାଟ କିମ୍ବା ଅନ୍ୟ...

ଆହୁରି ୩ ଦିନ କରିବ କଲବଲ: ଏହି ୩ ଜିଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର,୧୬।୩: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଆସନ୍ତା ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image