ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୬।୫(ବ୍ୟୁରୋ):  ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ରବିବାର ଏହା ଲଘୁଚାପର ରୂପ ନେବ । ଆସନ୍ତା ୯ ତାରିଖ ସକାଳେ ଅବପାତ ପରେ ବାତ୍ୟାର ରୂପ ପରିଣତ ହେବା ନେଇ ଆଶଙ୍କା ରହିଛି। ଏବେ ସୁଦ୍ଧା ଗତିପଥ ସ୍ପଷ୍ଟ ହୋଇନାହିଁ । ଲଘୁଚାପ ସୃଷ୍ଟି ହେଲେ ଗତିପଥ ସ୍ପଷ୍ଟ ହେବ । ବର୍ତ୍ତମାନ କୌଣସି ଉପକୂଳ ପାଇଁ କୌଣସି ଚେତାବନୀ ନାହିଁ ।

ଏହାର ପ୍ରଭାବରେ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି।

୭ ତାରିଖ ପରଠାରୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନ ସାଗର ଉପରେ ଘଣ୍ଟାପ୍ରତି ୬୦ କିଲୋମିଟର୍‌ ତୀବ୍ର ଝଟକା ସହିତ ୪୦ରୁ ୫୦ କିଲୋମିଟର୍‌ ବେଗରେ ପବନ ବହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଜାମକୁ ନେଇ ବୁଧବାର ସନ୍ଧ୍ୟାରେ ଭାଜପା ଓ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦଳର...

ଧନୁଯାତ୍ରାରେ ରଙ୍ଗସଭା: କଂସଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା

ମଥୁରାନଗରୀ,୮ା୧(ପ୍ରେମାନନ୍ଦ ଖମାରୀ): ବୃ଼ହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ରାଜ ଦରବାରରେ ଅନୁଷ୍ଠିତ କଂସଙ୍କ ଜନତା ଦରବାର (ରଙ୍ଗସଭା) ବେଶ ଚିତ୍ତାକର୍ଷକ ଥିଲା।...

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀ କରିବେ ଉଦ୍‌ଘାଟନ

ଭୁବନେଶ୍ୱର,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଶାଖାପାଟଣାରେ ଏନ୍‌ଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ...

ସରକାର ନେଲେ ବଡ଼ ନିଷ୍ପତ୍ତି: ଓଡ଼ିଶାର ଏହି ସମସ୍ତ ସ୍ଥାନରୁ କୁମ୍ଭ ମେଳାକୁ ଯିବ ବସ୍

ଭୁବନେଶ୍ୱର,୮ା୧: କୁମ୍ଭମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍ ଚଲାଇବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ...

ମାଓବାଦୀ କ୍ୟାମ୍ପ୍‌ ସହ ଆଇଇଡି ଠାବ

ବାଲିଗୁଡ଼ା,୮ା୧: କୁମ୍ବିଂବେଳେ ମାଓବାଦୀ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ହରିଶ ବି.ସି ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଗୋପପୁରରେ ସରିଲା ବସ୍ତ୍ରହରଣ ଦୃଶ୍ୟାଭିନୟ

ଗୋପପୁର,୮।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ଷଷ୍ଠ ଦିବସରେ ଗୋପପୁର ଦୃଶ୍ୟାଭିନୟ ବେଶ ହୃଦୟସ୍ପର୍ଶୀ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବା...

ଧରାପଡ଼ିଲେ ରସୁଲଗଡ଼ ବିଚ୍‌ ରାସ୍ତାରେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ, ମହିଳାଙ୍କ ସହ ୩ ଗିରଫ

ଭୁବନେଶ୍ୱର,୮ା୧: ରାଜଧାନୀର ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ବୁଧବାର ହତ୍ୟା କରାଯାଇଛି। ଉକ୍ତ ଘଟଣାରେ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍କାଡ୍‌ ନୟାଗଡ଼...

ପିକ୍‌ନିକ୍‌ ପାଇଁ ବାଦୁବାଡ଼ିରେ ଜମୁଛି ଭିଡ଼, ଭୋଜିଭାତ କରି ମଜା ଉଠାଉଛନ୍ତି ଲୋକେ

ରାଇକିଆ,୮ା୧(ପ୍ରଦୀପ ବେହେରା): ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ସବୁଠି ବଣଭୋଜିର ଆସର। କନ୍ଧମାଳ ଜିଲା ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବାଦୁବାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri