ପ୍ରତି ଷ୍ଟଲ୍‌ରେ ଆଦିବାସୀ ସଶକ୍ତର କାହାଣୀ

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଏବେ ରାଜଧାନୀର ମୁଖ୍ୟ ଆକର୍ଷଣ ପାଲଟିଛି ଆଦିବାସୀ ମେଳା। ଅପରାହ୍ନଠୁ ନେଇ ରାତି ୯ଟା ଯାଏ ମେଳାରେ ଲୋକଙ୍କ ସମାଗମ ଲାଗି ରହୁଛି। ଆଦିବାସୀ ସଂସ୍କୃତି, ପରମ୍ପରା ସହ ବିଶୁଦ୍ଧ ମସଲା, ଘରକରଣା ସାମଗ୍ରୀ ଏବଂ ସାରେ ସାଂସ୍କୃତିକ ଆସରକୁ ଉପଭୋଗ କରୁଛନ୍ତି ଲୋକେ। ମେଳାରେ ଥିବା ପ୍ରତ୍ୟେକ ଷ୍ଟଲ କହୁଛି ଆଦିବାସୀ ସଶକ୍ତର କାହାଣୀ। ଆଜିର ଆଧୁନିକ ଦୁନିଆରେ ରାଜ୍ୟର ବିକାଶ ଦିଗରେ ସେମାନେ ମଧ୍ୟ ସାମିଲ ହେଉଛନ୍ତି। ବ୍ୟବସାୟଠୁ ନେଇ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାର କୌଶଳ ସେମାନେ ଶିଖିସାରିଛନ୍ତି। ତେବେ ଏଭଳି କିଛି ନୂଆ ଦେଖିବାକୁ, ନୂଆ ଜାଣିବାକୁ ଆଦିବାସୀ ମେଳାକୁ ଧାଡ଼ି ଲାଗିଛି।

କୁଡ଼ିଆ ଦେଖିବାକୁ ଲମ୍ବା ଲାଇନ୍‌
ଛୋଟ ଛୋଟ ସୁନ୍ଦର କୁଡ଼ିଆ। ହେଲେ କଳା, ସଂସ୍କୃତିରେ ପରିପୂର୍ଣ୍ଣ। ଯିଏ ଦେଖୁଛି ଆଖି ଲାଖି ଯାଉଛି। ଲୋକଙ୍କ ଭିଡ଼ ଜମୁଛି ଏହି ଆଦିବାସୀଙ୍କ ଘରେ। ମେଳାରେ ଟ୍ରାଇବାଲ୍‌ ଭିଲେଜ୍‌ ନାମକ ଏକ ଭାଗ ସ୍ଥାନ ରଖାଯାଇଛି। ଯେଉଁଠି ବିଭିନ୍ନ ଆଦିବାସୀଙ୍କ କୁଡ଼ିଆ ଘରସବୁ ଆଦିବାସୀ ଗାଁର ଜୀବନ୍ତ ଚିତ୍ର ପ୍ରଦାନ କରୁଛି। ଛଣ ଆଉ ବାଉଁଶ ଛପର ଥିବା ଏହି ଘର ଚାରିପାଖେ ମଚା, ବଡ଼ମା ଶାଳ, ମାଙ୍କଡ଼ିଆ ଘର, ଛେଳି ଘର ଆଦି ରହିଛି। ସେହିଭଳି ପରିବା ଚାଷ ସହ ଆଦିବାସୀଙ୍କ ପାଇଁ ହୋଇଥିବା ଉନ୍ନୟନ ମୂଳକ ଯୋଜନା ମଧ୍ୟ ସେଠାରେ ସ୍ଥାନିତ କରାଯାଇଛି। ମେଳା ବୁଲିବାକୁ ଆସୁଥିବା ଛୋଟ ପିଲାଙ୍କୁ ସେମାନଙ୍କ ମା’ବାପା ଆଦିବାସୀଙ୍କ ଜୀବନ ଓ ସଂସ୍କୃତି ସମ୍ପର୍କରେ ବୁଝାଉଥିବା ଦେଖିବାକୁ ମିଳୁଛି।

ଆଦିବାସୀଙ୍କ ସହ ସେଲ୍ଫି

ଆଦିବାସୀଙ୍କ ବେଶଭୂଷା ଲୋକଙ୍କୁ ଆକର୍ଷିତ କରୁଛି। ମେଳା ବୁଲିବାକୁ ଆସୁଥିବା ଲୋକମାନେ ନିଜ ମୋବାଇଲ୍‌ ଫୋନ୍‌ ଓ କ୍ୟାମେରାରେ ଆଦିବାସୀଙ୍କ ସହ ସେଲ୍‌ଫି ନେବାକୁ ପସନ୍ଦ କରୁଛନ୍ତି। ସାରେ ନୃତ୍ୟ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇ ମଞ୍ଚ ପାଖରେ ଥିବା ଆଦିବାସୀ କଳାକାର ଦଳ, ମେଳାରେ ଉପସ୍ଥିତ ଥିବା ଆଦିବାସୀଙ୍କ ସହ ଫଟୋ ଉଠାଇ ଖୁସି ହେଉଛନ୍ତି। ସେହିପରି ସେଠାରେ ଆଦିବାସୀ ଲୋକଙ୍କ ୨ଟି ପୋଷ୍ଟର ରଖାଯାଇଛି, ଯେଉଁଠାରେ ଦର୍ଶକମାନେ ନିଜ ମୁହଁକୁ ରଖି ଫଟୋ ଉଠାଇ ନେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୧୪ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଗୁୁରୁବାର ସକାଳେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ...

ଆସନ୍ତାକାଲିଠାରୁ ଐତିହାସିକ ବାଲିଯାତ୍ରା: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ,୧୪ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏନେଇ ସମସ୍ତ ପ୍ରସ୍ତୁତି ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ...

ଜୟନାରାୟଣଙ୍କ ଆଗୁଆ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର/ସମ୍ବଲପୁର,୧୪ା୧୧: ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଜୟନାରାୟଣ କୋର୍ଟରେ ଆଗୁଆ ଜାମିନ...

ଘାଟିରୁ ଜବତ ହେଲା ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ, ବଢ଼ିଲା ପୋଲିସର ଚିନ୍ତା

ପଟାଙ୍ଗି,୧୪ା୧୧(ଶରତ ଧଳ): ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ ଜବତ ନେଇ ପୋଲିସ ପାଇଁ ଚିନ୍ତା ବଢ଼ିଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ...

ଖଟ ଉପରେ ଶୋଇଥିଲେ ବୃଦ୍ଧା, ଘରେ ପଶି ଝୁଣି ମାରିଦେଲା କୁକୁର

ଭୋଗରାଇ,୧୪ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜୟରାମପୁର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ୬୫ ବର୍ଷୀୟା ରୋଗାଗ୍ରସ୍ତା...

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ଗାଁକୁ ଗଲା ମୃତଦେହ

ଲାଞ୍ଜିଗଡ଼,୧୪ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରୋଗୀଙ୍କ ପାଇଁ ମିଳିଲାନି ମହାପ୍ରୟାଣ...

ଘାଟିରେ ଜିଆଇ ତାର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ

ଜି.ଉଦୟଗିରି,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ...

ଓଡ଼ିଶା ଷ୍ଟାଇଲରେ ଝାଡଖଣ୍ଡରେ ମୋଦିଙ୍କ ପ୍ରଚାର, ଶପଥ ଗ୍ରହଣ ଦିନକୁ କଲେ ନିମନ୍ତ୍ରଣ

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡରେ ମୋଦିଙ୍କ ଓଡ଼ିଶା ଫର୍ମୁଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜନତାଙ୍କୁ ଆଗୁଆ ଶପଥଗ୍ରହଣ ସମାରୋହକୁ କରିଛନ୍ତି ନିମନ୍ତ୍ରଣ । ଦେଓଘରରେ ଦ୍ବିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri