ଭୂକମ୍ପରେ ଥରିଲା ଆମେରିକା, ପ୍ରଶାନ୍ତ ମହାସାଗର ଏହାର କେନ୍ଦ୍ର ସ୍ଥଳ

ଓ୍ବାଶିଂଟନ୍‌,୧୯।୭: ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୫ ମାପ କରାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକାରାଗୁଆ ଠାରୁ ଗ୍ବଟେମାଲା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆମେରିକାର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ଏଲ ସାଲଭାଡୋରର ଇଣ୍ଟିପୁକାର ଦକ୍ଷିଣରୁ ୨୭ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହାର ଗଭୀରତା ୭୦ କିଲୋମିଟର ରେକର୍ଡ କରାଯାଇଛି।

Share