ଥରିଲା ନେପାଳ

କାଠମାଣ୍ଡୁ,୧୯।୧୨: ନେପାଳର କାଠମାଣ୍ଡୁରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରବିବାର ବିଳମ୍ବିତ ରାତିରେ ଏଠାରେ ୪.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁଠାରୁ ୫୦ କିଲୋମିଟର ଦୂରରେ ଥିବା ଧାଡିଙ୍ଗ ଜିଲାରେ ଥିଲା। ଲୋକମାନେ ଗଭୀର ନିଦ୍ରାରେ ଶୋଇଥିବାବେଳେ ଭୂକମ୍ପ ସୃଷ୍ଟି ହୋଇଥିଲା। ଏଥିରେ ସମ୍ପତ୍ତି କିମ୍ବା କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

Share