ଏଏସ୍‌ଓ ପରୀକ୍ଷା ଖରାପ ହେବାରୁ ଜୀବନ ହାରିଲେ ଛାତ୍ର

ଅନୁଗୋଳ ଅଫିସ, ୨୯ା୮: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା ଖରାପ ହେବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ଛାତ୍ର ଭଡ଼ାଘରେ ରଶି ଲଗାଇ ଜୀବନ ହାରିଛନ୍ତି। ଅନୁଗୋଳ ଥାନା ଅନ୍ତର୍ଗତ ସୁସୁଡ଼ାରେ ରବିବାର ଅପରାହ୍ନରେ ଘଟିଥିବା ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ହେଲେ ବଇଣ୍ଡା ଥାନା ଗରୁଡ଼ ଗ୍ରାମର ସନତ କୁମାର ପ୍ରଧାନଙ୍କ ପୁଅ ଅସିତ (୨୪)।
ଅସିତ୍‌ ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ସ୍ନାତକୋତ୍ତର ବିଭାଗ ଛାତ୍ର। ବଅଁରପାଳ ବ୍ଲକ ବଉଳିଗଡ଼ ଗ୍ରାମର ସତ୍ୟବାନ ଗଡ଼ନାୟକ ଏବଂ ସେ ୭ ମାସ ହେଲା ଅନୁଗୋଳରେ ଭଡ଼ାରେ ରହୁଥିଲେ। ଶନିବାର ଅସିତ୍‌ ଏଏସ୍‌ଓ ପରୀକ୍ଷା ଦେଇଥିବାବେଳେ ସେତେଟା ଭଲ କରି ନ ଥିଲେ। ତେଣୁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଏ ସଂକ୍ରାନ୍ତରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପରୀକ୍ଷା ଦେବା ପାଇଁ ଯାଇଥିବା ବନ୍ଧୁ ସତ୍ୟବାନଙ୍କୁ ମଧ୍ୟ କହିଥିଲେ। ରବିବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସତ୍ୟବାନ ସମ୍ବଲପୁରରୁ ଫେରି ଅସିତ୍‌ଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ। ଏ ସଂକ୍ରାନ୍ତରେ ସେ ୧୧୨କୁ ଫୋନ୍‌ କରି ପୋଲିସକୁ ଅବଗତ କରାଇବା ସହ ମୃତ ଛାତ୍ରଙ୍କ ପରିବାର ଓ ଘର ମାଲିକଙ୍କୁ ସୂଚନା ଦେଇଥିଲେ। ଅନୁଗୋଳ ପୋଲିସ ପହଞ୍ଚତ୍ ଅସିତ୍‌ଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଛାତ୍ରଙ୍କ ହାତରେ ଏକ କଟା ଦାଗ ଥିବାବେଳେ ଏହାକୁ ସେ ବ୍ୟାଣ୍ଡେଜ୍‌ କରିଥିନ୍ତି। ତେଣୁ ସେ ପ୍ରଥମେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହେବା ପରେ ରଶି ଲଗାଇ ଝୁଲି ପଡ଼ିଥିବା ଅନୁମାନ କରାଯାଉଛି। ଅସିତ୍‌ଙ୍କ ବାପା ସନତ ଅନୁଗୋଳରେ ପହଞ୍ଚତ୍ଛନ୍ତି। ତେବେ ପୁଅଙ୍କ ଏଭଳି ମୃତ୍ୟୁରେ ସେ ମ୍ରିୟମାଣ ହୋଇପଡ଼ିଛନ୍ତି। ଏସ୍‌ଆଇ ଅବଦୁଲ ୱାସିମ୍‌ ଖାନ୍‌, ଶୁଭଲକ୍ଷ୍ମୀ ସିଂ, ଜୋଶେଫ ପଟ୍ଟନାୟକ ପ୍ରମୁଖ ସନ୍ଧ୍ୟା ୭ଟାରେ ମୃତଦେହ ବ୍ୟବଚ୍ଛେଦ ଲାଗି ମେଡିକାଲକୁ ନେଇଥିଲେ।

Share