Advertisement

କଲେଜ ପରିସରରେ ଛାତ୍ରୀଙ୍କୁ ଛୁରିଭୁସି ହତ୍ୟା

ବେଙ୍ଗାଲୁରୁ, ୪।୧: ବେଙ୍ଗାଲୁରୁ ପ୍ରେସିଡେନ୍ସି କଲେଜ ପରିସରରେ ଜଣେ ଛାତ୍ରୀଙ୍କୁ ଅନ୍ୟ କଲେଜର ଛାତ୍ର ଛୁରିଭୁସି ହତ୍ୟା କରିଛନ୍ତି । ଲାୟାସ୍ମତାଙ୍କୁ ତାଙ୍କ ଦୂର ସମ୍ପର୍କୀୟ ଭାଇ ପଓ୍ବନ କଲ୍ୟାଣ ଏକତରଫା ପ୍ରେମ କରୁଥିଲେ। ସେ ଲାୟାସ୍ମିତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସୋମବାର ପଓ୍ବନ ଲାୟାସ୍ମିତାଙ୍କ କଲେଜକୁ ଯାଇ ତାଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହେବା ପରେ ପଓ୍ବନ ହଠାତ୍‌ ଲାୟାସ୍ମିତାଙ୍କୁ ଛୁର ଭୁସି ହତ୍ୟା କରିଥିଲେ। ଏହାପରେ ପଓ୍ବନ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଲାୟାସ୍ମିତା ବିଟେକ୍‌ ଛାତ୍ରୀ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିସିଏ ଛାତ୍ର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share