ମୁମ୍ବାଇ,୩।୮: ବୁର୍ଖା ପିନ୍ଧିବାକୁ ନେଇ ମୁମ୍ବାଇର ଏକ କଲେଜ ଉତ୍ତେଜନା ସୃଷ୍ଟି ହୋଇଛି। ବୁର୍ଖା ପିନ୍ଧିଥିବା ଛାତ୍ରୀଙ୍କୁ କଲେଜ କ୍ୟାମ୍ପସରେ ପ୍ରବେଶ ଅନୁମତି ନ ମିଳିବାକୁ ନେଇ ହଙ୍ଗାମା ହୋଇଥିଲା। ତେବେ ଅଭିଭାବକ ଏବଂ ଛାତ୍ରଙ୍କ ବିରୋଧ ପରେ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ହସ୍ତକ୍ଷେପ କରିଥିଲେ, ଯାହା ପରେ କଲେଜ ପ୍ରଶାସନ ଛାତ୍ରୀଙ୍କୁ ଅନୁମତି ଦେଇଥିଲେ।ତ
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଚେମ୍ବୁରରେ ଅବସ୍ଥିତ ଏହି କଲେଜରେ ସୁରକ୍ଷା କର୍ମୀମାନେ ଛାତ୍ରୀମାନଙ୍କୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ବୁର୍ଖା କାଢିବାକୁ କହିଥିଲେ। କଲେଜର ନିଜସ୍ବ ୟୁନିଫର୍ମ ଅଛି ବୋଲି ସୁରକ୍ଷା କର୍ମୀ କହୀଥିଲେ। ସୁରକ୍ଷା କର୍ମୀମାନେ ପ୍ରବେଶ କରିବାକୁ ମନା କରିବା ପରେ ଏକ ବିବାଦ ଉପୁଜିଥିଲା। ଏହା ପରେ ସମ୍ପୃକ୍ତ ଛାତ୍ରୀମାନେ ଅଭିଭାବକଙ୍କୁ ନେଇ କଲେଜ ଆସିଥିଲେ। ଫାଟକ ବାହାରେ ବିରୋଧର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମାମଲା ବଢିଥିଲା। ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ପରିବାର ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।