ନୂଆଦିଲ୍ଲୀ,୨୩ ।୯: କଂଗ୍ରେସ ନେତା ଦିଗବିଜୟ ସିଂ ହିନ୍ଦୁୁ ମୁସଲମାନ ପ୍ରଜନନ ହାରକୁ ନେଇ ଗୁରୁବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଏକ ଅଧ୍ୟୟନରୁ ଜଣାପଡିଛି କି ୧୯୫୧ ପରେ ମୁସଲମାନଙ୍କ ପ୍ରଜନନ ହାର କମ୍ ହୋଇ ଯାଇଛି । ଯାହା ହିନ୍ଦୁଙ୍କ ତୁଳନାରେ ବହୁତ କମ୍ । ଏହାକୁ ଲକ୍ଷ୍ୟ କଲେ ୨୦୨୮ ସୁଦ୍ଧା ହିନ୍ଦୁ ଓ ମୁସଲମାନଙ୍କ ଜନ୍ମହାର ସମାନ ହୋଇଯିବ । ଏହାସହ ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ର କେତେଜଣ ନେତା ଓ ଓୱାଇସି ଭୋଟ ରାଜନୀତି ପାଇଁ ନିଜ ନିଜ ପ୍ରଜନନ ହାରର କଥା ଉଠାଉଛନ୍ତି । ଭାଜପା ନେତା କହୁଛନ୍ତି ମୁସଲମାନ ୪-୪ ଜଣ ପତ୍ନୀ ରଖୁଛନ୍ତି ଓ ଡଜନେ ପିଲା ଜନ୍ମ କରୁଛନ୍ତି । ୧୦-୨୦ ବର୍ଷ ମଧ୍ୟରେ ମୁସଲମାନ ବହୁସଂଖ୍ୟକ ହୋଇଯିବ ଓ ହିନ୍ଦୁ ସଂଖ୍ୟାଲଘୁ ହୋଇଯିବେ । ହେଲେ ଦିଗବିଜୟ ଦାବି କରିଛନ୍ତି ଏପରି ଆଦୌ ହେବନାହିଁ । ଯାହା ଚର୍ଚ୍ଚା କରିବାର ଅଛି ମୋ ସହ କରାଯାଉ । ଭାଜପା ଭଳି ଓୱାଇସି ବି ମୁସଲମାନଙ୍କୁ ଭ୍ରମରେ ପକାଉଛନ୍ତି ।
Posted inଜାତୀୟ