ଟେଲି ପରଦାରେ ଈଶାନ୍‌-ତବ୍ବୁଙ୍କ ରୋମାନ୍ସ

ବମ୍ବେ: ରିଲିଜ ହୋଇଛି ଟେଲିଭିଜନ ସିରିଜ ‘ଏ ସୁଇଟେବୁଲ୍‌ ବୟ’ର ଟ୍ରେଲର। ଏଥିରେ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁଙ୍କ ରୋମାନ୍ସ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୀରା ନାୟର।

୧୯୫୧ ମସିହାର କାହାଣୀ ଏଥିରେ ଦେଖିବାକୁ ମିଳିବ। ସିରିଜ୍‌ ୬ ଭାଗରେ ବଣ୍ଟାଯାଇଛି। ଏଥିରେ ସଇଦା ବାଇ(ତବ୍ବୁ) ଏକ ଗାୟିକା ଭାବେ ନଜର ଆସିବେ। ଯାହାଙ୍କୁ ମାନ୍‌ କପୁର(ଈଶାନ ଖଟ୍ଟର) ଭଲ ପାଉଛନ୍ତି। ଅପରପକ୍ଷେ ଲତା ମେହେରାଙ୍କ ମା’ ତାଙ୍କ ପାଇଁ ପୁଅ ଖୋଜୁଛନ୍ତି। ସେ କିନ୍ତୁ କଲେଜର ଜଣେ ଯୁବକଙ୍କୁ ଭଲ ପାଉଛନ୍ତି। ଲତାଙ୍କ ଦିଅର ମାନ୍‌ଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ।

ଟ୍ରେଲରରେ ଈଶାନ ଏବଂ ତବ୍ବୁଙ୍କ ରୋମାନ୍ସକୁ ସୁନ୍ଦର ଭାବେ ଦର୍ଶାଯାଇଛି। ଏହାଛଡ଼ା ଲତା ଏବଂ କବିରଙ୍କ ମଧ୍ୟରେ ଭଲ ପାଇବାକୁ ଦର୍ଶକେ ଦେଖିପାରିବେ। ଲତାଙ୍କ ଭୂମିକାରେ ତାନ୍ୟା ମନିତ୍କାଲା ଏବଂ କବିରଙ୍କ ଭୂମିକାରେ ଦାନେଶ ରିଜବୀ ଅଭିନୟ କରୁଛନ୍ତି।

ଏହି ସିରିଜ୍‌ ବିବିସି ଓ୍ବାନ୍‌ରେ ଜୁଲାଇ ୨୬ ତାରିଖରେ ରିଲିଜ ହେବ। ସିରିଜ୍‌କୁ ଆଣ୍ଡ୍ରୀଉ ଡେଭିସ ଲେଖିଛନ୍ତି। ଲକ୍ଷ୍ମୌ ଏବଂ ମହେଶ୍ୱରରେ ଏହାର ଶୁଟିଂ ହୋଇଛି।

Share