Categories: ଖେଳ

ଇଂଲଣ୍ଡ ପାଇଁ ୧୧୩ ରନ୍‌ର ଟାର୍ଗେଟ…

ମେଲବୋର୍ନ,୨୨।୧୦ :ଟି -୨୦ ବିଶ୍ୱକପରେ ସୁପର -୧୨ର ମ୍ୟାଚରେ ଆଫଗାନିସ୍ତାନ ଇଂଲଣ୍ଡ ଦଳକୁ ୧୧୩ ରନ୍‌ର ଟାର୍ଗେଟ ଦେଇଛି। ପର୍ଥ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଜୋସ୍‌ ବଟଲରଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲା।

ଅଧିନାୟକ ମହମ୍ମଦ ନବୀଙ୍କ ନେତୃତ୍ୱରେ ଆଫଗାନିସ୍ତାନ ଦଳ ବ୍ୟାଟିଂ କରି ୧୯.୪ ଓଭରରେ ୧୦ ଓ୍ବିକେଟ ହରାଇ ୧୧୨ ରନ୍‌ କରିଥିଲା। ଫଳରେ ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୧୩ ରହିଛି।

Share