Categories: ଖେଳ

ଆଫଗାନିସ୍ତାନକୁ ୨୮୯ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୧୮।୧୦:ବିଶ୍ୱକପ୍‌ର ୧୬ତମ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ଏମ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଛି। ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା ଶାହିଡି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ଉଇକେଟ ହରାଇ ୨୮୮ ରନ ସଂଗ୍ରହ କରିଥିଲା। ଚେନ୍ନାଇ ପିଚରେ ଏହା ଏକ ଭଲ ସ୍କୋର ଏବଂ ଆଫଗାନିସ୍ତାନ ଏହା ହାସଲ କରିବା ସହଜ ହେବ ନାହିଁ। ନ୍ୟୁଜିଲାଣ୍ଡ ଶେଷ ୧୦ ଓଭରରେ ୧୦୩ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ ପାଇଁ ଗ୍ଲେନ ଫିଲିପ୍ସ ସର୍ବାଧିକ ୭୧ ରନ ସ୍କୋର କରିଥିଲେ। ଟମ ଲାଥାମ ୬୮ ରନ୍‌ର ଏକ ଇନିଂସ ଖେଳିଥିଲେ। ଓପନର୍‌ ୱିଲ ୟଙ୍ଗ ୫୪ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଆଫଗାନିସ୍ତାନ ପାଇଁ ନବୀନ ଉଲ ହକ ଏବଂ ଆଜମତୁଲ୍ଲା ଓମାରଜାଇ ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ରସିଦ ଖାନ ଏବଂ ମୁଜିବ ଉର ରହମାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଚଳିତ ବିାବକପ୍‌ରେ କ୍ରମାଗତ ଚତୁର୍ଥ ବିଜୟ ଉପରେ ନ୍ୟୁଜିଲାଣ୍ଡ ନଜର ରଖିଛି। ଏଥି ସହିତ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ପରାସ୍ତ କରିବା ପରେ ଆଉ ଏକ ବିଜୟ ହାସଲ କରିବାକୁ ଚାହୁଁଛି।

Share