୮ ଶ୍ରେଣୀକୁ ଜଣେ ଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ହରଭଙ୍ଗା,୨୧ା୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତର ଘୋରଡ଼ା ସ୍କୁଲରେ ଅଭିଭାବକ ଓ ଛାତ୍ରୀଛାତ୍ର ସ୍କୁଲ ତାଲା ପକାଇ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି। ଘୋରଡ଼ା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିଲେ ମଧ୍ୟ ୮ଟି ଶ୍ରେଣୀକୁ ଜଣେ ଶିକ୍ଷକ ଓ ଦୁଇଟି ଶ୍ରେଣୀରେ ଶିକ୍ଷାଦାନ କରୁଥିବାରୁ ବାଧା ଉପୁଜିଥିଲା। ଫଳରେ ଗ୍ରାମବାସୀ ଅତିଷ୍ଠ ହୋଇ ସୋମବାର ସ୍କୁଲରେ ତାଲା ପକାଇ ଦେଇଥିଲେ।

ଗ୍ରାମବାସୀଙ୍କ କହିବା ଅନୁସାରେ, ଜଣେ ଶିକ୍ଷକ ପିଲାଙ୍କୁ ଗୋରୁ ଜଗିଲା ଭଳି ଜଗି ବସିଛନ୍ତି। ଶିକ୍ଷାଦାନ ଠପ୍‌ ହୋଇ ପଡ଼ିଛି। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଦିନକୁ ଦିନ ଅନ୍ଧାର ଆଡ଼କୁ ଠେଲି ଦିଆଯାଉଛି। ଏ ସମ୍ପର୍କରେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଫଳ ଶୂନ। ଏହି ସ୍କୁଲଟି ୧୯୮୦ରେ ସ୍ଥାପନ ହୋଇଥିଲା। ବହୁପୁରାତନ ସ୍କୁଲଟି ଦୁର୍ଗମ ଅଞ୍ଚଳରେ ଥିବାରୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ଶେଷରେ ଗ୍ରାମବାସୀ ନିରାଶ ହୋଇ ସ୍କୁଲରେ ତାଲା ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଚିଣ୍ଡା ନାବାଳିକା ଗଣବଳାତ୍କାର ମାମଲା: ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି

କୁଚିଣ୍ଡା,୨୩ା୧୦(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ଦଳିତ ନାବାଳିକାଙ୍କୁ ଅପହରଣ ପରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ରାଜନୈତିକ...

ପାଟଣାର ଝିଅ ପ୍ରିୟଦର୍ଶିନୀପାଇଲେ ଓଏଏସ୍: କହିଲେ ମହିଳା ସଶକ୍ତୀକରଣ ପାଇଁ…

ପାଟଣା,୨୨ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ପ୍ରୀୟଦର୍ଶିନୀ ନାଏକ ଓଡ଼ିଶା ପ୍ରଶାସନିକ ସେବାରେ ୬୫୬ ର଼୍ୟାଙ୍କ ରଖି...

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ: କେଉଁଠି ରହିବେ ବିପନ୍ନ

ତିହିଡ଼ି,୨୩।୧୦(ସଞ୍ଜିତ ବଳ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଲୋକେ ଆତଙ୍କିତ। ଏହାର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ବିପନ୍ନଙ୍କ ଆଶ୍ରୟ ପାଇଁ ଖୋଜା...

ବିଜେଡିରୁ ଇସ୍ତଫା ଦେଲେ ଜିଲା ସଭାପତି: ନବୀନଙ୍କୁ ଲେଖିଲେ ଚିଠି

ଫୁଲବାଣୀ,୨୩ା୧୦(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବିଜେଡି ସଭାପତି ଅଙ୍ଗଦ କହଁର ମଙ୍ଗଳବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଫୁଲବାଣୀର ପୂର୍ବତନ ବିଧାୟକ ଅଙ୍ଗଦ ଗତ ନିର୍ବାଚନରେ...

ବାତ୍ୟା ମୁକାବିଲା ପାଇଁ ପାରାଦୀପ ବନ୍ଦରର ପ୍ରସ୍ତୁତି: ବର୍ଥ ଛାଡ଼ି ସମୁଦ୍ରରେ ରହିବେ ଜାହାଜ

ପାରାଦୀପ,୨୩।୧୦(ଶରତ ରାଉତ):ବାତ୍ୟା ‘ଦାନା’କୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷକରି ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

ବାତ୍ୟା ପୂର୍ବରୁ ବୁଡିଲା ଟ୍ରଲର, ଥିଲେ ୧୦ ମତ୍ସଜୀବୀ…

ଭଦ୍ରକ,୨୨।୧୦: ବୈତରଣୀ ମୁହାଁଣରେ ବୁଡିଲା ମାଛଧରା ଟ୍ରଲର। ଟ୍ରଲର ବୁଡିଲେ ମଧ୍ୟ ଅଳ୍ପକେ ବର୍ତ୍ତିଛନ୍ତି ମତ୍ସଜୀବୀ। ଉପକୂଳକୁ ଫେରିବା ସମୟରେ ଧାମରା ବନ୍ଦର ନିକଟରେ ମାଛଧରା...

ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ, ମହାପ୍ରୟାଣ ଗାଡି ବାବଦକୁ ମାଗୁଥିଲେ ଲାଞ୍ଚ…

ବରଗଡ,୨୨।୧୦(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରାର କଂସଙ୍କ ବଢିଲା ଅଡୁଆ। ବରଗଡ ଧନୁଯାତ୍ରାର କଂସ ସାଜୁଥିବା ହୃଷିକେଷ ଭୋଇଙ୍କୁ ନିଲମ୍ବିତ କରାଯାଇଛି। ମହାପ୍ରୟାଣ ଗାଡିରେ ଶବ ପରିବହନ ବାବଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri