Categories: ଫୁରସତ

ଏମିତି ଶିକ୍ଷକ, ଯିଏ ପ୍ରତିଦିନ କରନ୍ତି ଛାତ୍ରୀଙ୍କ ପାଦପୂଜା

ମଧ୍ୟପ୍ରଦେଶର କଟନୀ ଜିଲାରେ ଜଣେ ଶିକ୍ଷକ ମହିଳା ଏବଂ ବାଳିକାମାନଙ୍କୁ ସମ୍ମାନ ଦେବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଶିକ୍ଷକ ଦୀର୍ଘ ୨୩ ବର୍ଷ ହେବ ସ୍କୁଲରେ ଛାତ୍ରୀମାନଙ୍କ ପାଦପୂଜା କରିଆସୁଛନ୍ତି। ପ୍ରଥମେ ଛାତ୍ରୀମାନଙ୍କୁ ପୂଜା କରିବା ପରେ ସେ ତାଙ୍କର ଅଧ୍ୟାପନା ଆରମ୍ଭ କରନ୍ତି। କଟନୀ ଜିଲାର ଲୋହରବାରାରେ ଏକ ପ୍ରାଥମିକ ସ୍କୁଲ ରହିଛି। ଏଠାରେ ପଢୁଥିବା ଛାତ୍ରୀମାନଙ୍କୁ ଭୟାଲାଲ୍‌ ସୋନି ପ୍ରାର୍ଥନା କରନ୍ତି। ଛାତ୍ରୀମାନଙ୍କ ପାଦ ପ୍ରଥମେ ଗଙ୍ଗାଜଳରେ ଧୋଇ ଦିଅନ୍ତି। ପରେ ପୂଜାର୍ଚ୍ଚନା ସାରି ଶ୍ରେଣୀରେ ପାଠ ପଢ଼ାନ୍ତି। କରୋନା ମହାମାରୀ ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ ସେ ତାଙ୍କ ଘରେ ଛାତ୍ରୀମାନଙ୍କୁ ପୂଜା କରି ଆସୁଛନ୍ତି।

Share