ଉହାନ ସିଫୁଡ ବଜାର ବୁଲିଲେ ବିଶେଷଜ୍ଞ ଦଳ

ବେଜିଂ,୩୧।୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ ରବିବାର ଚାଇନାର ଉହାର ସହର ସ୍ଥିତ ସିଫୁଡ ବଜାର ବୁଲି କରୋନା ଭୁତାଣୁ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ କରୋନା ଭୁତାଣୁ ବାହାରିଥିବା ସନ୍ଦେହ କରାଯାଉଥିବା ଚାଇନାର ହୁବେଇ ପ୍ରଦେଶରେ ଥିବା ହୁଆନାନ ସାମୁଦ୍ରିକ ଖାଦ୍ୟ ହୋଲସେଲ ବଜାର ପରିଦର୍ଶନ କରିଥିଲେ। କରୋନା ଭୁତାଣୁ ବ୍ୟାପିବା ପରେ ଏହି ବଜାରକୁ ଗତ ବର୍ଷଠାରୁ ବନ୍ଦ କରାଯାଇଛି । ଏହି ବଜାର ଛଡ଼ା ବିଶେଷଜ୍ଞ ଦଳ ଆଉ କେତେକ ଆମିଷ ବଜାର ବୁଲି ତଦନ୍ତ କରିଛନ୍ତି।

Share