ଚଢ଼ାଉ ବେଳେ ଅବକାରୀ ଟିମ୍‌ ଉପରେ କୁକୁର ଛାଡ଼ିଲେ ମଦ ମାଫିଆ, ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା, ୨ କନଷ୍ଟେବଳ ଆହତ

ଛତ୍ରପୁର, ୧୨।୩(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଆଠଗଡ ପାଟଣା ଗ୍ରାମରେ ଛତ୍ରପୁର ଅବକାରୀ ଭାମ୍ୟମାଣ ସଂସ୍ଥାର ଏକ ଟିମ୍‌କୁ ଚୋରା ମଦ ବ୍ୟବସାୟୀ ମାଡ଼ ମାରିଛନ୍ତି। ଗ୍ରାମରେ ବେଆଇନ ଭାବେ ମଦ ବ୍ୟବସାୟ ଚାଲିଥିବା ଖବରପାଇ ବୁଧବାର ଏହି ଟିମ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ମଦ ମାଫିଆମାନେ ଟିମ୍‌ ଉପରେ କୁକୁର ଛାଡ଼ିଦେବା ସହ ଗ୍ରାମର ୩୦ରୁ ଅଧିକ ବ୍ୟକ୍ତି ସେମାନଙ୍କୁ ବିରୋଧ କରି ଆକ୍ରମଣ ସହ ସରକାରୀ ଗାଡି ଭଙ୍ଗା ରୁଜା କରିଛନ୍ତି। କାଠ ଫାଳିଆ ଓ ଠେଙ୍ଗାରେ ପ୍ରଥମେ କର୍ମଚାରୀମାନଙ୍କୁ ଆକ୍ରମଣ କରିବା ପରେ ଗାଡିର ପଛ କାଚ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣରେ ଅବକାରୀ କନଷ୍ଟେବଳ ପବିତ୍ର ସାହୁ ଓ ସ୍ବାଧୀନ ସାହୁଙ୍କ ସମେତ ୫ ଆହତ ହୋଇଥିଲେ। ଏନେଇ ଭାମ୍ୟମାଣ ସଂସ୍ଥାର ଏସ୍‌ଆଇ ସୂର୍ଯ୍ୟ ନାରାୟଣ ରଥ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଛନ୍ତି। ଏତଲାରେ ମଣ୍ଟୁ ମହାନ୍ତି ଏବଂ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଲିସ ପକ୍ଷରୁ ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ କରାଯାଇଛି। ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ପହଞ୍ଚି ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: କୋଷାଧ୍ୟକ୍ଷ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର

ଦିଗପହଣ୍ଡି,୧୩/୩(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ କୋଷାଧ୍ୟକ୍ଷ ପଦବୀ ସକାଶେ ପ୍ରାର୍ଥୀପତ୍ର ଦାଖଲ କରିଥିବା ରସାନନ୍ଦ ରାଉତଙ୍କ ପ୍ରାର୍ଥୀପତ୍ର ନିର୍ବାଚନ...

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ଅଣଦେଖା ଅଭିଯୋଗ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ)ରାଜ୍ୟର ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି। ଆଉଟ୍‌ସୋର୍ସିଂ କର୍ମଚାରୀମାନେ ବାରମ୍ବାର ସେମାନଙ୍କ ଦାବି...

ପାଣି ପାଇଁ ଲୋକେ ହଟହଟା

ଭଞ୍ଜନଗର,୧୩ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ୧୧ଟି ବ୍ଲକ ଆସୁଛି। ଏବେଠୁ ଅନେକ ଗ୍ରାମରେ ପାନୀୟ ଜଳସଙ୍କଟ...

‘ବିଜୁଳି ତ ନାହିଁ, ବିଲ୍‌ ଦେବୁ କାହିଁପାଇଁ’

ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଗରମ ଓ ଗୁଳୁଗୁଳିରେ ଅତିଷ୍ଟ ହୋଇପଡ଼ିଲେଣି...

ଏଟିଏମ୍‌ ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରା ଗିରଫ: ଚୋର କିଏ ଜାଣି ବ୍ୟାଙ୍କ ହେଲା ଆଶ୍ଚର୍ଯ୍ୟ

ସମ୍ବଲପୁର,୧୨ା୩(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ତାଙ୍କଠାରୁ ୧୯ ଲକ୍ଷ ୬୪ ହଜାର ୩୦୦ଟଙ୍କା, ଦୁଇଟି ମୋବାଇଲ...

ଦ୍ୱିତୀୟ ବିବାହ ପାଇଁ ୨ ନାବାଳକଙ୍କୁ ହତ୍ୟା ଘଟଣା: ବାପା ଓ ଜେଜେମା ହତ୍ୟାକାରୀ

ନୟାଗଡ଼,୧୨।୩(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ଧାନଚେଙ୍ଗେଡ଼ା ଗଁଁାରେ ୨ ନାବାଳକ ଭାଇଙ୍କୁ ବାପା ଓ ଜେଜେମା ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି...

ବିଦ୍ୟୁତ୍‌ ନେଲା ମେଧାବୀ ଛାତ୍ରୀଙ୍କ ଜୀବନ

ଝାରବନ୍ଧ, ୧୨।୩(ଦେବେନ୍ଦ୍ର ସାହୁ) – ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଭୈସାଦର୍ହା ଗ୍ରାମର ଜଣେ ସରଳ ମେଧାବୀ ଝିଅ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା...

ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ୬ ଆହତ

ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଝରଣ ଛକ ନିକଟରେ ବୁଧବାର ରାତିରେ ଏକ ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image