ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଆଖଣ୍ଡଳମଣି ମନ୍ଦିରରେ ଜଣେ ନାବାଳିକା ଦେହ ବାରମ୍ବାର ଅସୁସ୍ଥ କାରଣରୁ ଠାକୁରଙ୍କ ପାଖରେ ଅଧିଆ ପଡିଥିଲେ। ସ୍ବାସ୍ଥ୍ୟ ଭଲ ହେବା ଉଦ୍ଦେଶ୍ୟରେ ନାବାଳିକା ଅଧିଆ ପଡ଼ିଥିଲେ। ହେଲେ ସୋମବାର ବିଳମ୍ବିତ ରାତିରେ ସେହି ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ସୋନପୁର ଜିଲା ଅଞ୍ଚଳର ଦୁଃଖନାସନ ବିଶି ତାକୁ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଠାକୁରଗଡ଼ ଥାନା
କେସ ନମ୍ବର ୧୮୩/ ୨୪ ରୁଜୁ କରିଛି। ପୋଲିସ ସଂପୃକ୍ତ ପୂଜକଙ୍କୁ ଥାନାକୁ ଉଠାଇ ଆଣି ଡାକ୍ତରୀ ମାଇନା ପାଇଁ ପଠାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ନଟବର ନନ୍ଦ ସୂଚନା ଦେଇଛନ୍ତି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Share