ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଖୋର୍ଦ୍ଧା,୨୮ା୧୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ୟୁନିଭର୍ସାଲ ଇନ୍‌ଫ୍ରା ଆଣ୍ଡ୍‌ ଏଗ୍ରି ଅଏଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଅଏଲ ଫ୍ୟାକ୍ଟ୍ରିର ଗୋଦାମ ଘରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ଗୋଦାମ ଘରେ ତେଲ ପ୍ୟାକିଂ ପାଇଁ ଥିବା ଆବଶ୍ୟକ ସାମଗ୍ରୀ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଶଟ୍‌ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Share