ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ବେଳେବେଳେ କେତେକ ଆଶ୍ଚଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ବିଷ ଧର ସାପ ଜଣେ ବ୍ୟକ୍ତିଙ୍କ ପଛ ପ୍ୟାଣ୍ଟ ପ୍ୟାକେଟ୍ରେ ଧିରେଧିରେ ପଶୁଛି। ବ୍ୟକ୍ତି ଜଣଙ୍କ ହଠାତ୍ ଏହା ଜାଣିବା ପରେ ତାହାକୁ କାଢ଼ୁଛନ୍ତି। ଏହି ଭିଡିଓଟି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ‘ଇଣ୍ଡିଆ ଯାତ୍ରା’ରେ ଶେୟାର କରାଯାଇଛି। ତେବେ ଏହି ଭିଡିଓ ସତ କିମ୍ବା ଏଡିଟ୍ କରାଯାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ।