ଆସୁଛି ଭୟଙ୍କର ଝଡ଼

ଓ୍ବାଶିଂଟନ,୧୭ା୮: ଆଗାମୀ ଦିନରେ ଏକ ଭୟଙ୍କର ଝଡ଼ ‘ହିଲାରୀ’ ଦକ୍ଷିଣ କାଲିଫର୍ନିଆ ଆଡ଼କୁ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ମେକ୍ସିକୋ ଉପକୂଳରେ ସୃଷ୍ଟି ହୋଇଥିବା ଝଡ଼ ଏହି ସପ୍ତାହ ଶେଷରେ ବାଜା କାଲିଫର୍ନିଆ ଏବଂ ସାଉଥ କାଲିଫର୍ନିଆକୁ ପ୍ରଭାବିତ କରିପାରେ। ଗୁରୁବାର ସୁଦ୍ଧା ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ଦିନରେ ବାଜା କାଲିଫର୍ନିଆ ଉପଦ୍ୱୀପ ଆଡ଼କୁ ମୁହାଁଇବ ବୋଲି ଆଶଙ୍କା କରାଯାଉଛି। ଉପଦ୍ୱୀପ ନିକଟରେ ପହଞ୍ଚିବା ପରେ ଏହା ଦୁର୍ବଳ ହେବାର ଆଶଙ୍କା ରହିଛି। ତଥାପି ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଜାତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ଯୁକ୍ତରାଷ୍ଟ୍ର / ଦକ୍ଷିଣ କାଲିଫର୍ନିଆର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

Share