Posted inଜାତୀୟ

ସୁରକ୍ଷାକର୍ମୀଙ୍କ ସହ ମୁହାଁ ମୁହିଁ ବେଳେ ଜଣେ ଆତଙ୍କବାଦୀ ମୃତ

କୁପଓ୍ବାରା,୬।୧୧: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ରହିଛି। କୁହାଯାଉଛି ଯେ ସୁରକ୍ଷା କର୍ମୀଙ୍କ ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପ୍ରତି ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି। ବୁଧବାର ସକାଳେ କୁପୱାରାର ଲୋଲାବର ମାର୍ଗି ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ଓପି ମାର୍ଗିରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁପ୍ତଚର ସୂଚନା ଗ୍ରହଣ କରାଯାଇଛି। ଏହା ପରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମାର୍ଗି, ଲୋଲାବ, କୁପୱାରାଠାରେ ସୁରକ୍ଷା ବାହିନୀ ଚଢାଉ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଜିଟ ପୋଲ ହୋଇଯିବ ଭୁଲ୍‌! ଫଳାଫଳ ପୂର୍ବରୁ ଏହି ଆକଳନ କରିବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୧୧: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ଅର୍ଥାତ୍‌ ୨୩ ନଭେମ୍ବରରେ ଆସିବ। ସେହି ଦିନ ରାଜସ୍ଥାନ ଏବଂ ୟୁପିରେ ଅନୁଷ୍ଠିତ ଉପ-ନିର୍ବାଚନର...

ମ୍ୟାଜିକ୍‌ ନମ୍ବର ନ ଛୁଇଁଲେ ବି ସରକାର ଗଢିବ ମହାୟୁତି! ଜାଣନ୍ତୁ ଭାଜପାର ପ୍ଲାନ୍‌ ବି…

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ନିର୍ବାଚନରେ ଭୋଟ ସରିଛି। ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରାଯାଇଛି। ନିର୍ବାଚନର ଫଳାଫଳ କାହା ସପକ୍ଷରେ ରହିବ ତାହା ଉପରେ ଦେଶର ନଜର ରହିଛି।...

ସୁକମାରେ ବଡ଼ ଏନକାଉଣ୍ଟର: ଟଳିପଡ଼ିଲେ ୧୦ ମାଓବାଦୀ

ରାୟପୁର,୨୨।୧୧: ଛତିଶଗଡର ସୁକମା ଜିଲାର ଭେଜି ପୋଲିସ ଷ୍ଟେଶନ ପରିସରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୧୦ ଜଣ...

ଆରମ୍ଭ ହେବ ରିସର୍ଟ ପଲିଟିକ୍ସ! ଫଳାଫଳ ପୂର୍ବରୁ ବିଧାୟକଙ୍କୁ ସିପ୍ଟ କରିବାକୁ କଂଗ୍ରେସ କଲାଣି ଯୋଜନା

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଏକଜିଟ ପୋଲ ଶେଷ ହେବା ପରେ କଂଗ୍ରେସ ପାର୍ଟି ସତର୍କତାର ସହିତ ଆଗକୁ ବଢୁଥିବା ଦେଖାଯାଉଛି। କଂଗ୍ରେସ ପାର୍ଟିର...

କଂଗ୍ରେସ ଅଧ୍ୟକ୍ଷ ଖାର୍ଗେଙ୍କୁ ଚିଠି ଲେଖିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ,୨୨।୧୧: ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଣିପୁର ହିଂସା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଚିଠିକୁ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ସକ୍ରିୟ ରାଜନୀତିକୁ ଫେରିବେ କି ସିଦ୍ଧୁ? ନିଜେ ଦେଲେ ଏହାର ଜବାବ

ଚଣ୍ଡିଗଡ଼,୨୨।୧୧: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବରେ ସକ୍ରିୟ ରାଜନୀତିକୁ ଫେରିବା କି ନା ଏମିତି ପ୍ରଶ୍ନର ସିଧାସଳଖ ଉତ୍ତରକୁ ଏଡ଼ାଇଥିବା ବେଳେ ଗୁରୁବାର...

ପେନ୍‌ସନଧାରୀ ତୁରନ୍ତ କରି ନିଅନ୍ତୁ ଏହି କାମ: ନଚେତ୍‌ ବନ୍ଦ ହୋଇଯିବ ପେନସନ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ର ସରକାରୀ ପେନସନଧାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯଦି ଏ ଏପର୍ଯ୍ୟନ୍ତ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିନାହାଁନ୍ତି, ତେବେ ଏହି...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଚେତାବନୀ! IMDର ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୨୨।୧୧: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବଙ୍ଗୋପସାଗର ପାଇଁ ଏକ ନୂତନ ଘୂର୍ଣ୍ଣିବଳୟ ସତର୍କ ସୂଚନା ଜାରି କରିଛି। କୁହାଯାଇଛି ଯେ, ନଭେମ୍ବର ୨୩ ରେ,...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri