Categories: ଜାତୀୟ

ଚୋରର ବଡ଼ କାରନାମା, ଓୟୋ ବୁକ୍‌ କରି ଲୁଟି ନେଲା ସବୁ ଜିନିଷ

ନୂଆଦିଲ୍ଲୀ, ୦୮।୦୭: ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡାର ଏକ ହୋଟେଲରେ ଗ୍ରାହକ ସାଜି ୪ଟି ରୁମ୍‌ ବୁକ୍‌ କରିଥିବା ଜଣେ ଚୋରର କାରନାମା ଏବେ ଚର୍ଚ୍ଚାରେ । ଓୟୋ ରୁମ୍‌ ବୁକ୍‌ କରି ଚୋର ଜଣକ ଏଲ୍‌ଇଡି, ଏସି ସହିତ ଅନ୍ୟ ଜିନିଷ ରାତିରେ ଚୋରିକରି ଫୋରାର ହୋଇଯାଇଛି । ସକାଳୁ ଏ ସଂପର୍କରେ ଜାଣିପାରି ହୋଟେଲ୍‌ ପରିଚାଳକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଥାଉକି, ଗ୍ରେଟର ନୋଏଡାର ସୁରଜପୁରର ଏହି ଚୋର ଜଣକ ଚୋର ଫିଲ୍ମ ଷ୍ଟାଇଲ୍‌ରେ ଚୋରି କରିଛି । ହୋଟେଲ ଆସି ଆଧାର କାର୍ଡ ଦେଇ ୪ ଟି ରୁମ୍‌ ବୁକ୍‌ କରିଥିଲା । ତାର ଅନ୍ୟ ସାଙ୍ଗସାଥୀ ଆସିବେ ବୋଲି କହିଥିଲା । ପରେ ରାତିରେ ରୁମ୍‌ରେ ଥିବା ବେଡ୍‌ସିଟ୍‌କୁ ବାନ୍ଧି ଏକ ରଶି ପ୍ରସ୍ତୁତ କରିଥିଲା । ଏହା ସାହାଯ୍ୟରେ ସେ ହୋଟେଲ୍‌ରୁ ଦୁଇଟି ଏସି, ୬ଟି ଏଲ୍‌ଇଡି ସହିତ ଅନ୍ୟ ଜନିଷ ନେଇ ଫେରାର ହୋଇଯାଇଥିଲା ।

Share