ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ଚିକିଟି,୧ା୪(ପ୍ରକାଶ ଚନ୍ଦ୍ର ସାହୁ)-କେ ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି। ଚାନ୍ଦପୁର ପଞ୍ଚାୟତ ଡଭାର ଗ୍ରାମର ରଞ୍ଜିତା ପଣ୍ଡାଙ୍କ ଘରୁ ସୋମବାର ମଧ୍ୟ ରାତ୍ରିରେ ଚୋରି ହୋଇଛି। ରଞ୍ଜିତା ଏକାକୀ ଶୋଇଥିବା ବେଳେ କେତେଜଣ ଦୁର୍ବୃତ୍ତ ବାରିପଟ ଗ୍ରିଲ ଭାଙ୍ଗି ଘରେ ପଶି ଆଲମିରାରୁ ୬ ଭରିର ସୁନାଗହଣା, ୨୦ ଭରି ରୁପା, ୩୦ ହଜାର ଟଙ୍କା ଲୁଟି ନେଇଥିବା ନୂଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି। ମଙ୍ଗଳବାର ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଚୋରମାନେ ସାଧାରଣତଃ ଘରଗୁଡିକୁ ଟାର୍ଗେଟ କରି ଲୁଟ୍‌ କରୁଛନ୍ତି। ଏହା ପୂର୍ବରୁ ଜୁଲାଇ ୧୯ ତାରିଖରେ ଦକ୍ଷଉଣୀ ଗ୍ରାମର ସୁଲତା ପଟ୍ଟନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାରୂପା ଗହଣା ଚୋରି ହୋଇଥିଲା। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ବାର୍ଲାଙ୍କ ସହ ଯୋଗାଯୋଗ କରିବାରୁ ଜନ ସଚେତନତା ଅଭାବରୁ ଚୋରି ହେଉଥିବା ବେଳେ ଏବ ଆବଶ୍ୟକ ପୋଲିସ କର୍ମଚାରୀ ନ ଥିବାରୁ ସମସ୍ୟା ହେଉଛି। ତଥାପି ସ୍ବଳ୍ପ କର୍ମଚାରୀଙ୍କୁ ଧରି ପାଟ୍ରୋଲିଂ କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ୍‌ରେ ବିଶ୍ୱ ଭ୍ରମଣ କରୁଛନ୍ତି ଜୋଜୋ ଦାଦା

ଭୁବନେଶ୍ୱର,୧୦।୪: କେବଳ ଦେଶ ନୁହେଁ ବିଦେଶକୁ ସାଇକେଲରେ ଭ୍ରମଣ କରୁଛନ୍ତି ପଶ୍ଚିମବଙ୍ଗ ଲାଲଗୁଲା ମୁର୍ଶିଦାବାଦର ପ୍ରସନ୍ନଜିତ୍‌ ଦାସ। ଲୋକେ ତାଙ୍କୁ ଜୋଜୋ ଦାଦା ବୋଲି ଡାକନ୍ତି।...

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନିରାକାରପୁର,୧୦।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ନିକଟ କୁଆଁରୀ ଜଙ୍ଗଲରୁ ଜଣେ ଯୁବକଙ୍କ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦୋଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ

ସମ୍ବଲପୁର,୧୦ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ୨୦୨୩ରେ ଘଟିଥିବା ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍‌ସୋ ଅଦାଲତ...

ଗିରି ଗୋବର୍ଦ୍ଧନ ଜଙ୍ଗଲରେ ନିଆଁ, ବ୍ୟାପକ ଜଙ୍ଗଲ ନଷ୍ଟ, ଆୟତ୍ତ କଲେ ଅଗ୍ନିଶମ ବାହିନୀ-ଯୁବକ ସଙ୍ଘ

କୋକସରା,୧୦।୪, (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମକୁ ଲାଗି ରହିଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲରେ ଗୁରୁବାର କୌଣସି କାରଣରୁ ହଠାତ...

ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି: ଜଣେ କର୍ମଚାରୀ ନିଲମ୍ବିତ

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର (ଏସ୍‌ଡ଼ିସିସି) ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି ଅଭିଯୋଗ ହୋଇଛି। ଅତାବିରା ବିଧାୟକ ନିହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image