ଏଟିଏମ୍‌ କାର୍ଡ ବଦଳାଇ ୫ ଲକ୍ଷ ଉଠାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରେ ରହୁଥିବା ଜରଡା ଥାନା ଖଇର ଗ୍ରାମର ଦିଲୀପ ପ୍ରଧାନଙ୍କ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଙ୍କ ଜମାଖାତାରୁ ପର୍ଯ୍ୟାୟ କ୍ରମେ ୫ ଲକ୍ଷ ୨୭ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡିଛି। ଏନେଇ ଦିଲୀପ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ ପାତ୍ର ଥାନା ମାମଲା ନଂ.୪୮/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଅସୁସ୍ଥତା କାରଣରୁ ଜାନୁଆରୀ ୧୩ ତାରିଖରେ ଦିଲୀପ ତାଙ୍କ ଛାତ୍ର ପୁଙ୍କନ ପାଇକଙ୍କୁ ଏଟିଏମ୍‌ କାର୍ଡ ଦେଇ ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍‌ ୨୪ ହଜାର ଟଙ୍କା ଉଠାଇ ଆଣିବାକୁ କହିଥିଲେ। ସେ ଟଙ୍କା ଉଠାଣ କରି ଏଟିଏମ୍‌ କାର୍ଡ ସହ ଟଙ୍କା ପ୍ରଦାନ କରିଥିଲେ। ୧୯ ତାରିଖରେ ପୁଣି ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ପୁଙ୍କନଙ୍କୁ ଏଟିଏମ୍‌ କାର୍ଡ ଦେଇ ନୂଆପଡ଼ା ଗ୍ରାମସ୍ଥିତ ଆଇଓବି ଶାଖା ଏଟିଏମ୍‌ କାଉଣ୍ଟରକୁ ପଠାଇଥିଲେ। କିନ୍ତୁ ସେଠାରେ ତାଙ୍କ କାର୍ଡରୁ ଟଙ୍କା ଉଠାଣ ହୋଇପାରି ନ ଥିଲା। ଉକ୍ତ ଏଟିଏମ୍‌ କାର୍ଡଟି ଜଗନ୍ନାଥ ଓଝାଙ୍କ ବୋଲି ଦର୍ଶାଯାଇଥିଲା। ତାଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି କେହି ଦୁର୍ବୃତ୍ତ ବିଭିନ୍ନ ସାମଗ୍ରୀ କ୍ରୟ କରିବା ସହ ନଗଦ ଟଙ୍କା ଉଠାଣ କରିଥିବା ନେଇ ତାଙ୍କ ମୋବାଇଲ ଫୋନକୁ ବାର୍ତ୍ତା ଆସିବା ପରେ ସେ ଏନେଇ ଷ୍ଟେଟବ୍ୟାଙ୍କ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯।୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡରେ ରବିବାର ଧରିତ୍ରୀ ଲାଇଭ୍‌ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ହୋଇଛି। ଗାଡି ସାଇଡ୍‌ କରିବାକୁ...

ଜୟନାରାୟଣଙ୍କ ବୟାନ ପରେ ତେଜିଲା ଆନ୍ଦୋଳନ: ଉତ୍କଳ ବ୍ୟାନର ଜାଳିଲେ କୋଶଲ ସଂଗ୍ରାମୀ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ): କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବୟାନ ଦେବା ପରେ କୋଶଲ ଆନ୍ଦୋଳନ ପୁଣି ତେଜି ଉଠିଛି। ରବିବାର ସନ୍ଧ୍ୟାରେ...

ଅଭାବନୀୟ ଘଟଣା: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିବା ବେଳେ ଟ୍ରେନରୁ ଖସି ଓଡ଼ିଆ ଯୁବକଙ୍କ ମୃତ୍ୟୁ 

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଗୋପାଳପୁର ଗ୍ରାମର ଶ୍ରମିକ ଅଜିତ କୁମାର ଭୁଁୟା (୨୫) କାମ କରିବାକୁ ଟ୍ରେନରେ ଚେନ୍ନାଇ ଯାଉଥିବା...

ଅଙ୍ଗନୱାଡ଼ି କେନ୍ଦ୍ରରେ ନଳକୂପ ଅଚଳ: କେବେ ସୁଧୁରିବ ପାଣି ସମସ୍ୟା ?

ବାଲିଗୁଡା,୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ଦୀର୍ଘଦିନ ହେଲା...

ବଡ଼ଯାତ୍ରା: ମାଉଲି ମା’ ପୀଠରେ ବଡ଼ଠାକୁର

ମାଲକାନଗିରି,୯ା୩(ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲାରେ କାହିଁ କେଉଁକାଳରୁ ପାଳନ ହୋଇଆସୁଛି ‘ବଡ଼ଯାତ୍ରା’। ପ୍ରତି ୨ ବର୍ଷରେ ଥରେ ପାଳନ ହେଉଥିବା ଏହି ଯାତ୍ରା ପ୍ରାୟ...

ଖେମୁଣ୍ଡି ଅଞ୍ଚଳ କାଳଞ୍ଜି ସମାଜ କୁଳଗୃହ ପ୍ରତିଷ୍ଠା ଉତ୍ସବ

ଦିଗପହଣ୍ଡି, ୯।୩(ଅଶେଷ ନାଥ ମିଶ୍ର): ନିଖିଳ ଉତ୍କଳ ଓଡ୍ରଖଣ୍ଡାୟତ କାଳଞ୍ଜି ସମାଜ ଚାଞ୍ଚଡାପଲ୍ଲୀ କୁଳଘର ପ୍ରତିଷ୍ଠା ଉତ୍ସବ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଖେମୁଣ୍ଡି ଅଞ୍ଚଳ ପରିଷଦ...

ବାହାଘର ଶୋଭାଯାତ୍ରାରେ ବାଜିଗଲା ବାଇକ୍‌: ରାଗି ଗଲେ ନାବାଳକ, ଆଉ ତା’ପରେ…

ବେଲଗୁଣ୍ଠା,୯ା୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଏକ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକଙ୍କ ବାଇକ୍‌ ଜଣେ ନାବାଳକଙ୍କ ଦେହରେ ଲାଗିଯିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି...

ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ବରଗଡ଼ର ୨ ଦିବ୍ୟାଙ୍ଗଙ୍କୁ ସ୍ଵର୍ଣ୍ଣ ପଦକ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ସନ୍ତରଣ ପ୍ରତିଯୋଗିତାରେ ବରଗଡ଼ର ୨ଦିବ୍ୟାଙ୍ଗ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ସେମାନେ ହେଲେ, ବରଗଡ଼ ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image