ମୁମ୍ବାଇ,୭।୧: ମୁମ୍ବାଇର ଉପାନ୍ତ ସହର ମାଲାଡରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଚୋରି କରିବାକୁ ଯାଇଥିବା ଚୋର କୌଣସି ମୂଲ୍ୟବାନ ସାମଗ୍ରୀ ନ ପାଇବାରୁ ପଶିଥିବା ଘରେ ଉପସ୍ଥିତ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇ ଆସିଥିଲେ। ସୂଚନା ପାଇବା ପରେ ପୋଲିସ ମାମଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
କୁରାର ପୋଲିସ ଷ୍ଟେଶନ ପକ୍ଷରୁ କୁହାଯାଇଛି ଯେ, ଜଣେ ବ୍ୟକ୍ତିଙ୍କୁ ନିର୍ଯାତନା ଏବଂ ଡକାୟତି ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଛି। ଜାନୁୟାରୀ ୩ରେ ମାଲାଡର କୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା।
୩୮ ବର୍ଷୀୟା ଅଭିଯୋଗକାରୀଙ୍କ ଅନୁଯାୟୀ, ସେ ଘରେ ଏକୁଟିଆ ଥିଲେ। ଏହି ସମୟରେ ଚୋର ଘରେ ପଶି କବାଟ ବନ୍ଦ କରିଦେଇଥିଲେ। ଏହାପରେ ଅଭିଯୁକ୍ତ ମହିଳାଙ୍କ ମୁହଁ ବନ୍ଦ କରିଦେଇଥିଲେ। ଏହାପରେ ସମସ୍ତ ମୂଲ୍ୟବାନ ସାମଗ୍ରୀ, ମୋବାଇଲ ଏବଂ ଏଟିଏମ୍ କାର୍ଡ ଦେବାକୁ କହିଥିଲେ। କିନ୍ତୁ ମହିଳାଙ୍କ ଘରେ ମୂଲ୍ୟବାନ ସାମଗ୍ରୀ ନ ଥିବାରୁ ଅଭିଯୁକ୍ତ ତାଙ୍କ ମୁହଁରେ ଚୁମ୍ବନ ଦେଇ ପଳାଇଥିଲେ।