ଜିନପିଙ୍ଗଙ୍କ କ୍ଷମତାର ତୃତୀୟ ପାଳି, କମ୍ୟୁନିଷ୍ଟ ପାର୍ଟିରେ ପ୍ରସ୍ତାବ ପାରିତ…

ବେଜିଂ,୨୨।୧୦ : ଚାଇନାର ରାଷ୍ଟ୍ରପତି ଭାବେ ଶି ଜିନପିଙ୍ଗ କ୍ଷମତାରେ ତୃତୀୟ ପାଳି ପାଇଁ ରହିବେ। ଏନେଇ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି)ର ଏକ ସପ୍ତାହ ବ୍ୟାପି ବୈଠକ ଶନିବାର ଶେଷ ହୋଇଛି। ପାର୍ଟିର କେନ୍ଦ୍ରୀୟ କମିଟି ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଅଧିକ କ୍ଷମତା ଦେବା ଏବଂ ନିର୍ବାଚନ ସମ୍ପର୍କିତ କେତେକ ପ୍ରସ୍ତାବକୁ ଅନୁମୋଦନ କରିଛି।

ଏନେଇ ପାର୍ଟିର ସମ୍ବିଧାନରେ ସଂଶୋଧନ କରାଯାଇଛି। ପାର୍ଟିର ଚାର୍ଟରରେ ପରିବର୍ତ୍ତନ ଉପରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ ସମସ୍ତ ଦଳର ସଦସ୍ୟ ପାର୍ଟି କେନ୍ଦ୍ରୀୟ କମିଟିରେ ଏବଂ ସମଗ୍ର ପାର୍ଟିରେ କମ୍ରେଡ ଜିନପିଙ୍ଗଙ୍କ ମୂଳ ସ୍ଥିତିକୁ ବଜାୟ ରଖିବେ। ପାଞ୍ଚ ବର୍ଷ ମଧ୍ୟରେ ଅନୁଷ୍ଠିତ ହୋଇଥିବା କଂଗ୍ରେସରେ ୨୦୫ନିୟମିତ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ୧୭୧ ଜଣ ବିକଳ୍ପ ସଦସ୍ୟଙ୍କୁ ମନୋନୀତ କରାଯାଇଛି।

୬୯ ବର୍ଷିୟ ଜିନପିଙ୍ଗ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଛନ୍ତି। ରବିବାର ୨୫ ଜଣିଆ ରାଜନୈତିକ ବ୍ୟୁରୋ ଚୟନ କରିବାକୁ ବୈଠକ ହେବ। ଏହା ପରେ ଦେଶ ପରିଚାଳନା ପାଇଁ ଷ୍ଟାଣ୍ଡିଂ କମିଟିରେ ସାତ କିମ୍ବା ଅଧିକ ସଦସ୍ୟ ଚୟନ କରାଯିବ। ସ୍ଥାୟୀ କମିଟି ସାଧାରଣ ମହାସଚିବ ଚୟନ କରିବେ, ଯିଏ ଦଳର ମୁଖ୍ୟ ତଥା ଦେଶର ମୁଖ୍ୟ ହେବେ। କେନ୍ଦ୍ରୀୟ କମିଟିରେ ନିବାଚିତ ହେବା ସହିତ ଜିନପିଙ୍ଗ ପାର୍ଟିର ମହାସଚିବ ହେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

ଆମେରିକାର ଧ୍ରୁବୀ ପଟେଲ ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌

ଓ୍ବାଶିଂଟନ,୨୧ା୯: ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି। ଧ୍ରୁବୀ ବଲିଉଡ୍‌ ଅଭିନେତ୍ରୀ...

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri