୩୧ରେ ବ୍ରଜରାଜନଗର ଉପ-ନିର୍ବାଚନ: ୩ ଦିନର ସ୍ବତନ୍ତ୍ର ଛୁଟି ଘୋଷଣା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ମେ’ ୩୧ରେ ବ୍ରଜରାଜନଗର ଉପ-ନିର୍ବାଚନ। ଏଥିନିମନ୍ତେ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି। ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟରମାନେ ୩ ଦିନ ଛୁଟି ନେଇପାରିବେ। ଭୋଟ ପୂର୍ବ ଦିନ, ଭୋଟ ଦିନ ଓ ପରଦିନ ଭୋଟର ଛୁଟି ନେଇପାରିବେ । ସେହିଭଳି ନିର୍ବାଚନମଣ୍ଡଳୀରେ ଥିବା ଭୋଟରଙ୍କ ପାଇଁ ଗୋଟିଏ ଦିନର ଛୁଟି ଘାଷଣା ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଚଳିତଥର ୨୭୯ଟି ବୁଥରେ ନିର୍ବାଚନ ହେବ । ଶାନ୍ତିଶୃଙ୍ଖଳାରେ ଏହି ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ୫୦% ବୁଥରେ ୱେବକାଷ୍ଟିଂ ହେବ। ଟୋଲ୍‌ ଫ୍ରି ନମ୍ବର ୧୯୫୦ରେ ଫୋନ୍‌ କରି ସମସ୍ତ ସୂଚନା ପାଇପାରିବେ। ଜିଲା ପ୍ରଶାସନ ପକ୍ଷରୁ ‘ମୁଁ ବି ଭୋଟ ଦେବି’ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଭୋଟ ହାର ବଢାଇବାକୁ ଏହି ପ୍ରୟାସ କରାଯାଇଛି ।

Share