ମୁମ୍ବାଇ,୨୬।୧୦: ମୁମ୍ବାଇର ଆରେ କଲୋନିରେ ସୋମବାର ଏକ କଲରାପତରିଆ ବାଘ ଆକ୍ରମଣରେ ଜଣେ ୧୬ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଇତିକା ଲୋଟ୍ ନାମ୍ନୀ ଶିଶୁଟି ତାଙ୍କ ମାଆଙ୍କ ସହ ମନ୍ଦିର ଯାଉଥିବା ବେଳେ ବାଘ ଆକ୍ରମଣରେ ଗୁରୁତର ହୋଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆକ୍ରମଣ ବେଳେ ଭୟଭୀତ ମାଆ ନୀରବ ଦର୍ଶକ ସାଜିଥିଲେ। ମାସକ ମଧ୍ୟରେ ଉକ୍ତ କଲରାପତରିଆ ବାଘ ୩ଥର ଆକ୍ରମଣ କଲାଣି ବୋଲି ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନର ନିର୍ଦ୍ଦେଶକ ତଥା ମୁଖ୍ୟ ବନପାଳ ଜି. ମଲ୍ଲିକାର୍ଜୁନ କହିଛନ୍ତି। ୩ ସପ୍ତାହ ପୂର୍ବେ ଜଣେ ୯ ବର୍ଷର ବାଳକ ବାଘ ଆକ୍ରମଣରେ ଆହତ ହୋଇଥିଲେ।