କଟକ ଉପକଣ୍ଠରେ ବୁଲୁଛି ବାଘ: ଭାଇରାଲ ହେଉଛି…

ନିଶ୍ଚିନ୍ତକୋଇଲି,୧।୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲାନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ପଞ୍ଚାୟତରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି।
ଏ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଅସୁରେଶ୍ୱର ପଞ୍ଚାୟତ କୁଳଗାଁଇଶାଳୋ ପୁବଶଂ ଗ୍ରାମରେ ସନ୍ଧ୍ୟାରେ ଏକ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ବାଘ ବୁଲୁଥିବା ସିସିଟିଭି କ୍ୟାମେରାରେ କୟଦ ହୋଇଛି। ଏ ନେଇ ଗ୍ରାମବାସୀ ବନ ବିଭାଗକୁ ଜଣାଇଛନ୍ତି।
ପ୍ରକୃତରେ ଏହା ବାଘକି ଆଉ କୌଣସି ପଶୁ ବନବିଭାଗର ତଦନ୍ତ ପରେ ଜଣାପଡ଼ିବ। ଏ ଖବର ପ୍ରଚାର ହେବାପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Share