Posted inଫୁରସତ

Viral Video: ବାଘ ବେକରେ ଚେନ୍‌ ବାନ୍ଧି କୁକୁର ପରି ଘୂରାଉଥିଲା କୁନି ପିଲା, ଆଉ ତା’ ପରେ…

ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁନି ପିଲା ଗୋଟିଏ ଚେନ୍‌ରେ ଏକ ବାଘ ବନ୍ଧା ଯାଇଥିବା ବେଳେ ପିଲାଟି ବାଘକୁ କୁକୁର ପରି ବୁଲାଉଛି। ପିଲାଟି ଯେଉଁ ଦିଗକୁ ବାଘକୁ ବୁଲାଉଛି ସେ ସେହି ଦିଗକୁ ବୁଲୁଛି। ସେ ବାଘର ଏମିତି ଯତ୍ନ ନେଉଛି, ଯେପରି ଏହା ବାଘ ନୁହେଁ ଏକ କୁକୁର। କିନ୍ତୁ ପିଲାଟି ନିଜ ଆଡ଼କୁ ଚେନ୍‌ ଟାଣିବାକୁ ଚେଷ୍ଟା କରିବା ମାତ୍ରେ ବାଘଟି କ୍ରୋଧରେ ଗର୍ଜନ କଲା। ଏପରି ପରିସ୍ଥିତିରେ ପିଲାଟି ଚେନ୍‌ ଛାଡି ପଳାଇଲା।

 

View this post on Instagram

 

A post shared by Nouman Hassan (@nouman.hassan1)

nouman.hassan1 ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ୫,୬୦୦ରୁ ଅଧିକ ଲୋକ ମନ୍ତବ୍ୟ ଦେଇଛନ୍ତି। ବଣ୍ଟି ସେନ୍‌ ନାମକ ଜଣେ ୟୁଜର୍‌ ଲେଖିଛନ୍ତି, ଭିଡିଓ କରିବା ଚକ୍କରରେ ପୁଅକୁ ମୃତ୍ୟୁ ମୁଖକୁ ଠେଲି ଦିଅ ନାହିଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଭାଇ ଏହା ବାଘ, ଏହାକୁ ବିଲେଇ ଭାବି ଭୁଲ କରନ୍ତୁ ନାହିଁ। ଆଉ ଜଣେ ଲେଖିଛନ୍ତି, ଜୀବନ ନେବାକୁ ବାଘକୁ ଦୁଇ ମିନିଟ୍‌ ଲାଗିବ। ଅଧିକାଂଶ ଲୋକ ସେମାନଙ୍କ ମନ୍ତବ୍ୟରେ ଏହି ଭିଡିଓକୁ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଭାରତରେ ଏଭଳି ବିପଜ୍ଜନକ ପ୍ରାଣୀ ରଖିବା ଉପରେ ନିଷେଧାଦେଶ ରହିଛି। କିନ୍ତୁ ଆରବ ଦେଶରେ ଲୋକମାନେ ବାଘ, ସିଂହ, ଚିତା ଭଳି ବିପଜ୍ଜନକ ପଶୁମାନଙ୍କୁ ଘରେ ରଖିଥାନ୍ତି। ଏଥି ସହିତ ପାକିସ୍ତାନରେ ମଧ୍ୟ ବାଘ ଓ ସିଂହ ପାଳନ କରିବା ଖବର ମଧ୍ୟ ଅନେକ ଥର ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ’ ପାଇଁ କନ୍ୟାଟିଏ ଖୋଜି ଦିଅନ୍ତୁ; ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ କଲେ ଅପିଲ୍‌…

ଲକ୍ଷ୍ନୌ,୧୮।୧୦: ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ ପାଇଁ ବଧୂଟିଏ ଖୋଜି ଦିଅନ୍ତୁ। ଏହା ହେଉଛି ଜଣେ ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅପିଲ।...

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri