Categories: ଜାତୀୟ

ସିଟ୍‌ ବେଲ୍ଟ ନ ବାନ୍ଧି ଦୁର୍ଘଟଣାରେ ୧୬,୩୯୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୯ା୧୨: ୨୦୨୧ ବର୍ଷରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସିଟ୍‌ ବେଲ୍ଟ ନ ବାନ୍ଧିବା କାରଣରୁ ୧୬,୩୯୭ ଜଣଙ୍କ ଜୀବନ ଯାଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ୮,୪୩୮ ଜଣ ଡ୍ରାଇଭର ହୋଇଥିବାବେଳେ ଅବଶିଷ୍ଟ ୭,୯୫୯ ଜଣ ଯାତ୍ରୀ। ‘ଭାରତରେ ସଡ଼କ ଦୁର୍ଘଟଣା-୨୦୨୧’ ରିପୋର୍ଟ ଅନୁଯାୟୀ ହେଲ୍‌ମେଟ୍‌ ନ ପିନ୍ଧିବା କାରଣରୁ ଦୁର୍ଘଟଣାରେ ୪୬,୫୯୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୩୨,୮୭୭ ଜଣ ଗାଡ଼ି ଚାଳକ ହୋଇଥିବାବେଳେ ୧୩,୭୧୬ ଜଣ ପଛ ସିଟ୍‌ରେ ବସିଥିବା ଯାତ୍ରୀ। ଗତବର୍ଷ ମୋଟ ୪,୧୨,୪୩୨ ସଡ଼କ ଦୁର୍ଘଟଣାରେ ମୋଟ ୧,୫୩,୯୭୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩,୮୪,୪୪୮ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ହେଲ୍‌ମେଟ ନ ପିନ୍ଧିବା କାରଣରୁ ୯୩,୭୬୩ ଜଣ ଏବଂ ସିଟ୍‌ ବେଲ୍ଟ ନ ବାନ୍ଧିବାରୁ ୩୯,୨୩୧ ଜଣ ଆହତ ହୋଇଛନ୍ତି।

Share