Categories: ଜାତୀୟ

ମୁସଓ୍ବୋଲା ହତ୍ୟା ମାମଲା: ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟର ଗିରଫ

ନୂଆଦିଲ୍ଲୀ,୩୧।୫: ଖ୍ୟାତନାମା ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମଙ୍ଗଳବାର ଭଟିଣ୍ଡା ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ମନପ୍ରିତ ସିଂ ଏବଂ ଶରଦଙ୍କୁ ଗିରଫ କରାଯାଇଛି। ଉଭୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଶାର୍ପ ସୁଟର ଏବଂ ସକ୍ରିୟ ସଦସ୍ୟ। ଏମାନଙ୍କ ଉପରେ ପୂର୍ବରୁ ହତ୍ୟା, ଲୁଟ୍‌ ଭଳି ମାମଲା ରହିଛି। ସେମାନେ ଭର୍ଚୁଆଲ ନମ୍ବର ଦ୍ୱାରା କାନାଡ଼ାରେ ରହୁଥିବା ଗୋଲ୍ଡୀ ବ୍ରାରଙ୍କ ଲଗାତାର ସମ୍ପର୍କରେ ଥିଲେ। ପୋଲିସ ଉଭୟଙ୍କୁ ଗିରଫ କରିବା ପରେ ପଚରାଉଚରା ଜାରି ରଖିଛି।

କହିରଖୁଛୁ, ବିଳମ୍ବିତ ରାତିରେ ଗାଡ଼ିରେ ସିଦ୍ଧୁ ଫେରୁଥିବା ବେଳେ ତାଙ୍କ ଉପରେ ଆଖିବୁଜା ଗୁଳି ମାଡ଼ ହୋଇଥିଲା। କେଇ ମିନିଟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୬ ଜଣ ଶାର୍ପ ସୁଟର ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ୨୪ଟି ସିଦ୍ଧୁଙ୍କ ଶରୀରରେ ବାଜିଥିଲା। ଅତ୍ୟଧିକ ରକ୍ତତ୍ସାବ ହେବା ଯୋଗୁ ସିଦ୍ଧୁଙ୍କ ଜୀବନ ଚାଲି ଯାଇଥିଲା। ଏହି ହତ୍ୟା ଘଟଣାରେ ବିଷ୍ଣୋଇଙ୍କୁ ପୋଲିସ ପଚରାଉଚରା ମଧ୍ୟ କରୁଛି। ତାଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ଲରେନ୍ସ ଏବଂ ଗୋଲ୍ଡି ମିଶି ସିଦ୍ଧୁଙ୍କ ହତ୍ୟାର ଷଡଯନ୍ତ୍ର ରଚିଥିବା ଅଭିଯୋଗ ହେଉଛି।

Share