Categories: ଜାତୀୟ

ମୋଦିଙ୍କ ୭୦ ତମ ଜନ୍ମଦିନରେ ଆୟୋଜିତ ହେବ ୭୦ ଭର୍ଚ୍ୟୁଆଲ ରାଲି

ନୂଆଦିଲ୍ଲୀ,୧୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ପାଳନ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ବେଶ୍ ଉତ୍ସାହିତ ରହିଛି । ସେପ୍ଟେମ୍ବର ୧୭ରେ ପାଳନ ହେବାକୁ ଥିବା ଏହି ଦିବସ ଅବସରରେ ଭାଜପା ପକ୍ଷରୁ ସେପ୍ଟେମର ୧୪-୨୦ ପର୍ଯ୍ୟନ୍ତ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି । ସୋମବାରଠାରୁ ଏହା ପାଳନ କରାଯାଇଥିବା ବେଳେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଯେହେତୁ ପ୍ରଧାନମନ୍ତ୍ରୀଙ୍କର ଏହା ୭୦ ତମ ଜନ୍ମଦିବସ ତେଣୁ ୭୦ଟି ଭିନ୍ନ ଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ସହ ଚାରା ରୋପଣ ମଧ୍ୟ କରାଯିବ । ଏହି ସମୟ ମଧ୍ୟରେ ଅତିକମ୍‌ରେ ୭୦ଟି ଭର୍ଚ୍ୟୁଆଲ ରାଲି ମଧ୍ୟ କରାଯିବ ବୋଲି ନଡ୍ଡା କହିଛନ୍ତି । ସୂଚନାଯୋଗ୍ୟ, କରୋନା ସଂକମ୍ରଣ ଯୋଗୁ ମୋଦିଙ୍କ ଜନ୍ମଦିବସକୁ ଗୋଟିଏ ସ୍ଥାନରେ ଏକାଠି ହୋଇ କେହି ପାଳନ କରିବେ ନାହିଁ ବୋଲି କୁହାଯାଇଛି ।

Share