Categories: ମେଟ୍ରୋ

ବସ୍‌ରୁ ଓହ୍ଲାଇ ଦୟା ନଦୀକୁ ଡେଇଁଲେ ପର୍ଯ୍ୟଟକ, ପାଣି ନ ଥିବାରୁ…

ଭୁବନେଶ୍ୱର,୨୧।୨(ବ୍ୟୁରୋ): ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଟୁରିଷ୍ଟ ବସ୍‌ ଶନିବାର ଦୟା ନଦୀ ବ୍ରିଜ୍‌ ଉପରେ ରହିଥିଲା। ଜଣେ ବ୍ୟକ୍ତି ବସ୍‌ରୁ ଓହ୍ଲାଇ ହଠାତ୍‌ ପୋଲ ଉପରୁ ନଦୀକୁ ଡେଇଁ ପଡିଥିଲେ। ଦୟା ନଦୀରେ ପାଣି ନ ଥିବାରୁ ବ୍ୟକ୍ତିି ଜଣକ ନଦୀ ବାଲିରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଧଉଳି ଥାନା ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଆମତ୍ହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଯଶିପୁର ଥାନା ଅଞ୍ଚଳର ଦେବେନ୍ଦ୍ର ଟିୟୁ। ଦେବେନ୍ଦ୍ର ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ ସୁସ୍ଥ ହେବାପରେ ଘଟଣା ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଥାନା ଅଧିକାରୀ ଦୟାନୀଧି ନାୟକ କହିଛନ୍ତି। ଦେବେନ୍ଦ୍ର ପରିବାର ଲୋକଙ୍କ ସହ ପୁରୀ, କୋଣାର୍କ ବୁଲିବାକୁ ଆସିଥିଲେ। ରବିବାର ପୁରୀ, କୋଣାର୍କ, ଧଉଳି ବୁଲି ସାରିବା ପରେ ଟୁରିଷ୍ଟ ବସ୍‌ରେ ଲିଙ୍ଗରାଜ ମନ୍ଦିର ଯାଉଥିଲେ। ତେବେ ଦିନ ପ୍ରାୟ ୧୧ଟା ବେଳେ ବସ୍‌ଟି ଦୟା ନଦୀ ଉପରେ ଅଟକିଥିଲା। ସେ ବସ୍‌ରୁ ଓହ୍ଳାଇବା ସହ ଦୌଡ଼ି ଦୌଡ଼ି ବ୍ରିଜ୍‌ ଉପରୁ ତଳକୁୁ ଡେଇଁ ପଡିଥିଲେ। ଦେବେନ୍ଦ୍ର ମାନସିକ ବିକାରଗସ୍ତ ଥିବା ପରିବାର ଲୋକେ କହିଛନ୍ତି।

Share