ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ବୁଡ଼ିଗଲେ ପର୍ଯ୍ୟଟକ

ପୁରୀ, ୧୦।୯(ଅଜିତ୍‌ ମହାନ୍ତି): ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଜଣେ ପର୍ଯ୍ୟଟକ ବୁଡ଼ିଯାଇଛନ୍ତି। ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ନାରାୟଣ ପାଲ।

ରବିବାର ସକାଳେ ର ନାରାୟଣ ବେଳାଭୂମିର ସେକ୍ଟର ୧୨ରେ ଗାଧୋଉଥିଲେ। ଏହି ସମୟରେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ । ପରେ ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ନାରାୟଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।