ରାଷ୍ଟ୍ରପତିଙ୍କୁ ଜଏରାଟ ବୁଣାକାରଙ୍କ ଗାମୁଛା ଉପହାର

ବଇଣ୍ଡା,୧୭ା୩(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜଏରାଟ ଗ୍ରାମର ବୁଣାକାର ପ୍ରମୋଦ ମେହେର ବୁଣିଥିବା ଏକ ଗାମୁଛାକୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଉପହାର ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତିଙ୍କୁ ଭେଟି ଏହି ଉପହାର ପ୍ରଦାନ କରିଛନ୍ତି। ଓଡ଼ିଶା ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନିମନ୍ତେ ଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉକ୍ତ ଉପହାର ଦେଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ଗତ ଜାନୁୟାରୀ ୨୦ ତାରିଖରେ ରାଜ୍ୟ ଭଜପା ସଭାପତି ସମୀର ମହାନ୍ତି କିଶୋରନଗର ବ୍ଲକ ଗସ୍ତରେ ଆସିଥିବାବେଳେ ବୁଣାକାର ପ୍ରମୋଦ ତାଙ୍କୁ ଭେଟିବା ସହ ନିଜ ହାତ ତିଆରି ଗାମୁଛା ରାଷ୍ଟ୍ରପତିଙ୍କୁ ଉପହାର ଭାବେ ଦେବାକୁ ଅନୁରୋଧ କରିଥିଲେ।

Share