ନିରାକାରପୁର,୩୦ା୫(ଡି.ଏନ୍.ଏ.): ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା ବୋଝେଇ ଟ୍ରେନ୍ର ଏକ ବଗିରେ ସୋମବାର ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଟାଙ୍ଗୀ ଅଗ୍ନିଶମ ବାହିନୀର ଦୁଇଟି ନିଆଁ ଲିଭା ଗାଡ଼ି ସହ କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି।
ପ୍ରଶ୍ନ ଉଠୁଛି ରେଳବାଇର ଅପରିଣାମଦର୍ଶିତା ହେଉ କିମ୍ବା ଅବହେଳା ଲଗାତର ଭାବେ ନିଆଁ ଲାଗୁଛି। ବର୍ଷକ ମଧ୍ୟରେ ଏହି ରେଳଷ୍ଟେଶନରେ ୩ ଥର ନିଆଁ ଲାଗିଥିବା ସୂଚନା ମିଳିଛି।