Categories: ଜାତୀୟ

ବିଦ୍ୟୁତ୍‌ ଖୁଣ୍ଟରେ ମାଡ଼ ହୋଇ ଏଭିଏସନ୍‌ ଏକାଡେମିର ବିମାନ ଦୁର୍ଘଟଣାଗ୍ରସ୍ତ: ଟ୍ରେନିଂ ପାଇଲଟ ମୃତ

ଅମରାବତି,୨୬।୨: ଆନ୍ଧ୍ରପ୍ରଦେଶରେ ଶନିବାର ଏକ ଏଭିଏସନ୍‌ ଏକାଡେମୀର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ପାଇଲଟ ହେଉଛନ୍ତି ତାମିଲନାଡୁର ମହିମା। ଆନ୍ଧ୍ରର ନାଲଗୋଣ୍ଡାଠାରେ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ବିମାନଟି ତାମିଲନାଡୁର ଗୁଞ୍ଜୁର ଜିଲାର ମାଚେରଲାରୁ ଉଡାଣ ଭରିଥିଲା। ଉଡ଼ାଣ ସମୟରେ ଉକ୍ତ ବିମାନଟି ନାଲଗୋଣ୍ଡା ଏକ ବିଦ୍ୟୁତ୍‌ ଖୁଣ୍ଟ ସହ ଧକ୍କା ହୋଇଥିଲା। ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନଟି ତଳେ ପଡ଼ିଯାଇଥିଲା। ଏଥିରେ ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ଖବର ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଜାରି ରଖିଛନ୍ତି।

Share