ନଦୀଗର୍ଭରେ ଖସିପଡିଲା ଟ୍ରଲର, ଜଣେ ମୃତ

ଢେଙ୍କାନାଳ ଅଫିସ,୧୯।୨: ଢେଙ୍କାନାଳ ଜିଲା ତୁମୁଶିଙ୍ଗା ଥାନା ବ୍ରାହ୍ମଣୀ ନଦୀର କମଗରା ଘାଟ ନିକଟରେ ଏକ ଦୁର୍ଘଟଣା ଘଟିଛି। ଶନିବାର ଭୋର ସମୟରେ ଏକ ୨୨ ଚକିଆ ଟ୍ରଲର ବ୍ରିଜ୍‌ର କଂକ୍ରିଟ୍‌ ବାଡ ଭାଙ୍ଗି ନଦୀଗର୍ଭରେ ଖସିପଡିଛି। ପରେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଟ୍ରଲର ଚାଳକ ମିଥୁନ ପ୍ରଧାନ ଏବଂ ବିଦ୍ୟୁତ୍‌ ମିସ୍ତ୍ରୀ ଅନୀଲ ପ୍ରଧାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅନୀଲଙ୍କର ମୃତ୍ୟୁ ହୋଇଯାଇଥିଲା।
ସୂଚନାନୁସାରେ,ଟ୍ରଲରଟି ୬୦ ଟନ୍‌ ଲୁହା ବୋଝୋଇ କରି ଅନୁଗୋଳ ଜିଲା ଜିନ୍ଦୋଲରୁ ଯାଜପୁର ଜିଲା ଡୁବୁରିକୁ ଯାଉଥିଲା। ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ଥିବା ସାରଙ୍ଗଧର ସେତୁରେ ଭାରସାମ୍ୟ ହରାଇ କଂକ୍ରିଟ ବାଡ ଭାଙ୍ଗି ନଦୀଗର୍ଭରେ ଖସିଯାଇଥିଲା। ତୁମୁଶିଙ୍ଗା ପୋଲିସ୍‌ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

Share