ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମୁଖ୍ୟ ରାସ୍ତା ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲା ମାଥିଲି ବ୍ଲକଠାରୁ କିଆଙ୍ଗ ଓ ଛତିଶଗଡ଼କୁ ସଂଯୋଗ କରୁଥିବା କୋରାପଲ୍ଲୀ ଗଁା ନିକଟରେ ମୁଖ୍ୟ ରାସ୍ତାରେ ଏକ ବିରାଟକାୟ ତେନ୍ତୁଳିଗଛ ରାସ୍ତା ମଝିରେ ଉପୁଡ଼ି ପଡ଼ିବାରୁ ଯାତାୟାତ ବନ୍ଦ ହୋଇଯାଇଛି। ଫଳରେ ଯାତାୟାତ ଲାଗି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ବ୍ଲକ ବିଜେଡି ସଭାପତି ସାମାଜିକ କର୍ମୀ ସଦାଶିବ ପୂଜାରୀଙ୍କୁ ସ୍ଥାନୀୟୀ ଗ୍ରାମବାସୀ ଖବର ଦେଇଥିଲେ। ମାଥିଲି ବ୍ଲକ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଫୋନରେ ଜଣାଇବା ସହ ଯଥାଶୀଘ୍ର ଗଛ କାଟିବା ନିମନ୍ତେ ଅନୁରୋଧ କରିଥିଲେ। ପୂର୍ବତନ ବ୍ଲକ ସଭାପତି ଗଛ ପଡିଥିବା ସ୍ଥାନକୁ ଯାଇ ଲୋକମାନେ କିପରି ଭଲରେ ଯାତାୟାତ କରିବେ ସେନେଇ ଗଁାର କେତେକ ଯୁବକଙ୍କୁ ନେଇ ଅନ୍ୟ ରାସ୍ତାଦେଇ ଯିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ଆସି ରାସ୍ତାରୁ ଗଛ କାଟି ହଟାଇଥିଲେ।