ସ୍କୁଲ ଛାତ ଉପରେ ପଡ଼ିଲା ଗଛ

ଅମରପାଲି, ୫।୪: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅମରପାଲି ସରକାରୀ ୟୁପି ସ୍କୁଲ ପରିସରରେ ଥିବା ଏକ ବହଳ ଗଛ ସୋମବାର ପବନରେ ଉପୁଡି ଶ୍ରେଣୀ କୋଠରି ଉପରେ ପଡିଥିଲା। ଫଳରେ ସ୍କୁଲ ଛାତ ଭାଙ୍ଗିଯାଇଛି। ୫ ଦିନ ତଳେ ଉକ୍ତ ଶ୍ରେଣୀ ଗୃହର ନୂତନ ଆଜବେଷ୍ଟସ ଛାତ ପଡିଥିଲା। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି।

Share