ସାପ କାମୁଡାରେ ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଚାଲିଗଲା ଜୀବନ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦରପଙ୍ଗିଆ ସେବାଶ୍ରମ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ ସ୍କୁଲ ନିକଟସ୍ଥ ନବଗୋଛା ଗ୍ରାମର ଗୋବର୍ସି ପ୍ରଧାନଙ୍କ ସାନ ଝିଅ ରିଧି ପ୍ରଧାନ (୬)।

ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏଥିସହ ପୋଲିସ ୨୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମରଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଘଟଣାରୁ ପ୍ରକାଶ ଯେ, ରିଧି ପ୍ରଥମ ଶ୍ରେଣୀ ଛାତ୍ରୀ ହୋଇଥିବା ଯୋଗୁ ଚଳିତ ବର୍ଷ ବିଦ୍ୟାଳୟରେ ନାମ ଲେଖାଇବା ସହ ହଷ୍ଟେଲରେ ରହି ପାଠ ପଢୁଥିଲେ। ରବିବାର ରାତି ପ୍ରାୟ ୩ଟା ସମୟରେ ରିଧି ହଷ୍ଟେଲରେ ଶୋଇଥିବା ବେଳେ
ହଠାତ୍‌ ଏକ ବିଷଧର ସାପ ତାଙ୍କୁ କାମୁଡି ଥିଲା। ଏହାପରେ ରିଧି ଚିତ୍କାର କରି ଉଠିପଡ଼ିଥିଲେ। ଫଳରେ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ଅନ୍ୟ ଛାତ୍ରୀମାନେ ଉଠି ଦେଖିବା ବେଳକୁ ଏକ ସାପ ସେଠାରେ ଥିବା ଦେଖିଥିଲେ। ଏହାପରେ ଛାତ୍ରୀମାନେ ସାପକୁ ବାଡେଇ ମାରିଦେଇଥିଲେ। ଏଥିସହ ହଷ୍ଟେଲ କର୍ତ୍ତୃପକ୍ଷ ରିଧିଙ୍କ ବାପାଙ୍କୁ ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଏକ ଅଟୋରେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ମେଡିକାଲରେ ଡାକ୍ତର ସୋମବାର ସକାଳୁ ରିଧିଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭଞ୍ଜନଗର ଉପଜିଲାପାଳ ଅନୀଲ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି, ଛାତ୍ରୀ ଜଣକ ଯେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କଲେ ସେନେଇ ତଦନ୍ତ ଚାଲିଛି। ଏଥିସହ ସରକାରୀ ନିୟମ ଅନୁସାରେ ତାଙ୍କ ପରିବାରକୁ ଯାହା ସହାୟତା ଅଛି ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ...

ସ୍ତ୍ରୀଙ୍କ ହାତରୁ ପାଣି ପିଇ ହୃଦ୍‌ଘାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଦିଗପହଣ୍ଡି,୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି।...

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ

କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮...

କୁଷ୍ମାଣ୍ଡା ବେଶରେ ମା’ ସମଲେଶ୍ୱରୀ

ବରଗଡ଼,୬ା୧୦: ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ରବିବାର ମା’ ସମଲେଶ୍ବରୀ କୁଷ୍ମାଣ୍ଡା ବେଶରେ ଦର୍ଶନ...

ଚୋରି କରିନେଲେ କୋଟିଏ ଟଙ୍କାର କଳାପଥର

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ପାଦଦେଶରେ ପ୍ରଶାସନ ପକ୍ଷରୁ ମହଜୁଦ ଥିବା ପ୍ରାୟ କୋଟିଏ ଟଙ୍କାର କଳାପଥର ଲୁଟ...

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri