ବସ୍‌କୁ ସାଇଡ୍‌ ଦେବା ବେଳେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌

ନୀଳଗିରି,୧୯ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ନୀଳଗିରି ଥାନା ଶେରଗଡ଼ ଝରଣାଘାଟି ୧୯ନଂ ରାଜ୍ୟ ରାଜପଥ ରାସ୍ତାର ୧୧ ନମ୍ବର ପୋଲ ଭାଲୁକାଶୁଣି ଛକ ନିକଟରେ ଶୁକ୍ରବାର ସକାଳେ ବାଲି ବୋଝେଇ ଟ୍ରକ୍‌ ଏକ ବସ୍‌କୁ ସାଇଡ୍‌ ଦେବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ଓଡି ୦୧ ଏଏମ୍‌ ୫୯୫୯ ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ଯାଜପୁରରୁ ଉଦଳା ଅଭିମୁଖେ ଯାଉଥିବା ସମୟରେ ଆଜି ସକାଳେ ସଜନାଗଡ଼ ପଞ୍ଚାୟତ ଭାଲୁକାଶୁଣିର ୧୧ନମ୍ବର ପୋଲ ନିକଟରେ ଓଲଟି ପଡ଼ି ଗୋଟିଏ ଗଛରେ ପିଟି ହୋଇଯାଇଥିଲା। ଏଥିରେ ଡ୍ରାଇଭର ଓ ହେଲପର୍‌ଙ୍କ ଗୋଡ଼ରେ ଆଘାତ ଲାଗିଥିବାର ଜଣାପଡ଼ିଛି। ଏଥିସହିତ ରାସ୍ତାର ଉଭୟ ପାଶର୍‌ବରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି।