ଗୋଟିଏ ଟ୍ରକ୍‌ ଦୁଇ ଜାଗାରେ ଘଟାଇଲା ଦୁର୍ଘଟଣା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର

ବାରିପଦା,୩୦ା୧୧: ମୟୂରଭଞ୍ଜ ଜିଲା ବାରିପଦାରେ ସିରିଜ୍‌ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୋଟିଏ ଟ୍ରକ୍‌ ଦୁଇଟି ଯାକ ସ୍ଥାନରେ ହିଁ ଦୁର୍ଘଟଣା ଘଟାଇଛି। ଆତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶନିବାର ସକାଳେ ତିରିଂ ଥାନା ଅଞ୍ଚଳର ବଡ଼ଡାଳିମା ଛକରେ ୩ ଜଣ ମର୍ନିଂଓ୍ବାକ୍‌ରେ ଯାଉଥିଲେ। ଏହି ସମୟରେ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ୩ଜଣଙ୍କୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ପୁଣି ୫ କିମି ଯିବା ପରେ ବହଳଦା ଥାନା ଅନ୍ତର୍ଗତ ବାଗବେଡ଼ାରେ ଏକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୪ ଜଣଙ୍କ ମଧ୍ୟରୁ ଅଟୋ ଡ୍ରାଇଭର ଏବଂ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଦମ୍ପତିଙ୍କର ସମ୍ପର୍କୀୟ ଗୁରୁତର ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ବିସ୍ଫୋରଣ: ଅନ୍ଧାରରେ ରହିଲେ ରୋଗୀ, ଜଣଙ୍କର ମୃତ୍ୟୁ

ବଲାଙ୍ଗୀର,୩୦ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଶୁକ୍ରବାର ରାତିରୁ ବିଜୁଳି ଯୋଗାଣ ବନ୍ଦ ରହିଛି। ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ...

ଜଙ୍ଗଲରୁ ପୁଣି ମିଳିଲା ଏକ ମାଈ ହାତୀଛୁଆର ମୃତଦେହ, ଚିନ୍ତାରେ ପରିବେଶବିତ୍‌

କେନ୍ଦୁଝର,୩୦ା୧୧: କେନ୍ଦୁଝର ବନ ବିଭାଗ କର୍ମଚାରୀ ଶନିବାର ତେଲକୋଇ ରେଞ୍ଜ ଅଞ୍ଚଳରୁ ଏକ ୧୦ ବର୍ଷ ହାତୀର ମୃତଦେହ ଉଦ୍ଧାର କରିଛି। ଶନିବାର ସକାଳେ ତେଲକୋଇ...

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ: ଜାଣନ୍ତୁ କେତେ, କେବେଠୁ ଏହା ଲାଗୁ?

ଭୁବନେଶ୍ୱର,୩୦।୧୧: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ। ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ  ୭ଟଙ୍କା ୬୪ ପଇସା ହେବ । ପୂର୍ବରୁ...

କାହିଁକି ନିଲମ୍ବିତ ହେଲେ ହେମଗିରି ତହସିଲଦାର…

ସୁନ୍ଦରଗଡ/ହେମଗିର,୩୦।୧୧(ଜୟ ନାରାୟଣ ମେଣ୍ଡୁଳି/ଚୈତନ୍ୟ ପଟେଲ): କାର୍ଯ୍ୟରେ ଅବହେଳା ଯୋଗୁ ସୁନ୍ଦରଗଡ଼ ଜିଲା ହେମଗିର ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ...

ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ୱର,୩୦।୧୧: ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ସନ୍ଦେହ ବଢ଼ୁଛି। I ତେବେ ବ୍ୟାଗ୍‌ କାହାର ସେଥିରେ କ’ଣ ଅଛି...

ଧମକପୂର୍ଣ୍ଣ ମେଲ ପଛରେ କିଏ? କ୍ରାଇମବ୍ରାଞ୍ଚର ତନାଘନା: ଡିଜିପି କହିଲେ…

ଭୁବନେଶ୍ୱର,୩୦।୧୧: ଭୁବନେଶ୍ୱରରେ ଏବେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏହାକୁ ନେଇ ସମଗ୍ର ରାଜଧାନୀରେ...

ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ଆମେ ମାଗି ଖିଆ ନୁହଁ ଯଦି ଦବ ତାହେଲେ …. କାହିଁକି ଏମିତି କହିଲେ ଖାଦ୍ୟଯୋଗାଣ ମନ୍ତ୍ରୀ 

ଭୁବନେଶ୍ୱର,୩୦।୧୧:ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ତେବେ ରାଜ୍ୟ ସରକାର ରଖିବେ। ଓଡ଼ିଶା ନିଜ ଆଡୁ...

ସେବାଶ୍ରମରେ ଚାଲିଗଲା ଛାତ୍ରୀଙ୍କ ଜୀବନ, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ

ରାୟଗଡ଼ା,୩୦ା୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ କରପା ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲରେ ଅସ୍ଥା ଗମ୍ଭୀର ହେବାରୁ କୋରାପୁଟ ସ୍ଥାନାନ୍ତର ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri