Advertisement

ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ମାଡ଼ିଗଲା ଆଉ ଏକ ଟ୍ରକ୍‌

ତାଳଚେର,୩୦ା୬(ମନୋଜ ନନ୍ଦ): ତାଳଚେର କୋଲ୍‌ଫିଲଡ୍ସର ଭୁବନେଶ୍ୱରୀ କୋଇଲା ଖଣି କୋଲ୍‌ କରିଡର ରାସ୍ତାର ଟ୍ରକ୍‌ ପାର୍କିଂଠାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ଶୁକ୍ରବାର ଅନ୍ୟ ଗୋଟିଏ ଟ୍ରକ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଅନୁଗୋଳ ଜିଲା ମହୀଧରପୁର ତୁଟୁପଡ଼ା ଗ୍ରାମର ଚଦ୍ରକାନ୍ତ ବେହେରା। ତେବେ କୋଇଲା ଖଣିରୁ କୋଇଲା ନେବା ପାଇଁ ଆସିଥିବା ମୃତ ଟ୍ରକ୍‌ ଡ୍ରାଇଭର ଜଣକ ନିଜ ଟ୍ରକରୁ ତଳକୁ ଓହ୍ଲାଇ ଚାଲି ଯାଉଥିବା ବେଳେ ଅନ୍ୟ ଗୋଟିଏ ଟ୍ରକ ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଟ୍ରକ୍‌କୁ ଜବତ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣା ପରେ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ଖଣି ବନ୍ଦ ରହିଛି। କୋଇଲା ଉତ୍ପାଦନ ପ୍ରତି ଗୁରୁତ୍ୱ ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ଆଖି ବୁଜି ଦିଆଯାଉଥିବାରୁ ଖଣିରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share