ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ୍‌

ବାରିପଦ,୧ା୪: ମୟୂରଭଞ୍ଜ ଜିଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ସୋମବାର ଏକ ପିଆଜ ବୋଝେଇ ଟ୍ରକ୍‌ରେ ନିଆଁ ଲାଗି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି। ଟ୍ରକ୍‌ଟି ନାସିକ୍‌ରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିଲା। ବାଙ୍ଗିରିପୋଷି ଘାଟି ନିକଟରେ ନିଆଁ ଲାଗିଯାଇଥିଲା।

 

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଟ୍ରକ୍‌ ଡ୍ରାଇଭରଙ୍କ ପତ୍ତା ମିଳୁନି। ଟ୍ରକ୍‌ ଭିତରେ ରହିଯାଇ ଥିବା ଅନୁମାନ କରାଯାଉଛି।