ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରକ୍‌

କୋରାପୁଟ,୩ା୩(ଅମିତାଭ ବେହେରା): ରବିବାର ଭୋର୍‌ରୁ କୋରାପୁଟ -ରାୟଗଡ଼ା ଜାତୀୟ ରାଜପଥର ରାୟଗଡ଼ା ଘାଟିର ଏକ ବୁଲାଣିରେ ଦୁଇଟି ମାଲ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାଫଳରେ ଏହି ରାସ୍ତାରେ ବସ୍‌ ଓ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକ୍‌ ବସ୍‌ ଅଟକି ରହିଛି। ଯାତ୍ରୀମାନେ ନାନା ଅସୁବିଧା ଭୋଗ କରୁଛନ୍ତି।